OnaKhabar

ମହେଶ୍ୱର ସାସମଲ ହତ୍ୟା ମାମଲା : ୧୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

42

ବ୍ରହ୍ମପୁର: ଏକ ହତ୍ୟା ମାମଲାରେ ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଗଞ୍ଜାମ ଜିଲ୍ଲାର କୁଲଟା ଗାଁର ମହେଶ୍ୱର ସାସମଲ ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ ।୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୋଟ୍ ୧୯ ଜଣ ଅଭିଯୁକ୍ତ ଥିଲେ। ତେବେ ମାମଲା ଚାଲିବା ଭିତରେ ଜଣଙ୍କ ମୃତ୍ୟୁ ହୋଇସାରିଛି ।

https://www.onakhabar.com/2019/06/minor-rape-case/