OnaKhabar

ଅଜବ ମହିଳା, ବୟସ ୩୯ ଜନ୍ମ ଦେଲେଣି ୪୪ ପିଲା

0 30

ଭୁବନେଶ୍ୱର: ଦେଶରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟୁଥିବାର ଦେଖିବାକୁ ମିଳେ । ତେବେ ଆଜି ଆମେ ଏପରି ଏକ ମହିଳାଙ୍କ କଥା ଜଣାଇବୁ ଯିଏକି ଖୁବ କମ ବୟସରେ ଅଦ୍ଭୁତ କାରନାମା କରିଛନ୍ତି । ମାତ୍ର ୩୯ ବର୍ଷ ବୟସରେ ୪୪ ପିଲା ଜନ୍ମ ଦେଇ ବହୁତ ପ୍ରଶଂସା ସାଉଣ୍ଟିଲେଣି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏପରି ଅଦ୍ଭୁତ ଘଟଣା ୟୁଗାଣ୍ଡାର ରାଜଧାନୀ କଂପାଲା ସ୍ଥିତ ଏକ ଗ୍ରାମରେ ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ମରୀୟମ ନାବାତାଂଜୀ । ବର୍ତମାନ ସୁଦ୍ଧା ସେ ୪୪ ପିଲାଙ୍କୁ ଜନ୍ମ ଦେଇସାରିଥିବା ବେଳେ ୪ଟି ପିଲାଙ୍କ ମୃତ୍ୟ ଘଟିଛି ଏବଂ ୪୦ ପିଲା ସଂପୂର୍ଣ୍ଣ ରୂପେ ସୁସ୍ଥ ଥିବା ଜଣା ପଡିଛି ।
ସୂଚନାନୁଯାୟୀ, ୧୨ ବର୍ଷ ବୟସରେ ମଗୀୟମଙ୍କ ବିବାହ ସଂପର୍ଣ୍ଣ ହୋଇ ଯାଇଥିଲା । ବିବାହର ଏକ ବର୍ଷ ପରେ ସେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ଲଗାତର ସେ ୫ଥର ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥଇଲେ । ପୁଣି ତାଙ୍କର ୪ଥର ତିନୋଟି ଲେଖାଏଁ ପିଲା ଓ ପାଂଚ ଥର ଚାରୋଟି ଲେଖାଏଁ ପିଲା ଜନ୍ମ ହୋଇଥିଲେ । ପ୍ରତ୍ୟେକ ଥର ଭ୍ରୁଣହତ୍ୟା ପାଇଁ ସେ ହସ୍ପିଟାଲ ଯାଇଥିବା ବେଳେ ତାଙ୍କ ଶରୀର ବହୁତ ଅଣ୍ଡାଣୁ ରହିଛି ବୋଲି କହି ଡାକ୍ତର ଏହାକୁ ରୋକିଥାନ୍ତି । ତେବେ ସେ ତାଙ୍କର ବଡ ପରିବାର ସହ ବହୁତ ଖୁସି ଅଛନ୍ତି ବୋଲି ମରୀୟମ ପ୍ରକାଶ କରିଛନ୍ତି ।

https://www.onakhabar.com/2019/06/khiladi-star-akshya-kumar/

Leave A Reply

Your email address will not be published.