OnaKhabar

ଖରା ଛୁଟି ଆସନ୍ତା ୨୫ ଯାଏଁ ବଢିଲା

0 16

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ପୁଣି ବଢିଲା ସ୍କୁଲ ଛୁଟି ଅବଦ୍ଧି । ଜୁନ ୧୯ ରେ ଖୋଲିବାକୁ ଥିବା ସ୍କୁଲ ପରିବର୍ତ୍ତନ ହୋଇ ଆସନ୍ତା ୨୫ରେ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦିପ୍ତ୍ର ମହାପାତ୍ର ସୂଚନା ଦେଇଛନ୍ତି । ଯଦିଓ ଓଡିଶାରେ ମୌସୁମୀ ଆସିବ ବୋଲି କୁହାଯାଉଥିଲା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । ମୌସୁମୀ ଆସିବାର ବିଳମ୍ବ ରହିଛି । ରାଜ୍ୟର ତାପମାତ୍ରା କମିଥିଲେ ବି ସେଥିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟି ନାହିଁ । ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ରହିଛି । ଏହାକୁ ଦୃଷ୍ଟି ରଖି ଖରା ଛୁଟିର ଅବଦ୍ଧି ବୃଦ୍ଧି କରାଯାଇଛି । କିନ୍ତୁ ଆଜି କିଛି ଘରୋଇ ସ୍କୁଲ ଖୋଲିଥିବା କୁହାଯାଉଛି । ସରକାରଙ୍କ ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ । ଆଜି ରାଜ୍ୟରେ କଲେଜ ଗୁଡିକ ଖୋଲିଛି ।

https://www.onakhabar.com/2019/06/colleges-to-be-opened-today/

Leave A Reply

Your email address will not be published.