OnaKhabar

ଅଟୋକୁ ପିଟିଲା ବସ, ୪ ମୃତ, ୩ ଗୁରୁତର

0 14

ଜୟପୁର : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡ୍ରାଇଭରମାନଙ୍କର ବେପରୁଆ ଡ୍ରାଇଭିଂରେ କିନ୍ତୁ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ଏହି ପରିପେକ୍ଷରେ ଆଜି ପୁଣି ଏକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବାର ସୂଚନା ମିଳିଛି । ଏକ ଅଟୋକୁ ବସ ପଛପଟୁ ଧକ୍କା ଦେବା ଫଳରେ ଅଟୋରେ ଥିବା ୭ ଜଣଙ୍କ ଯାତ୍ରୀଙ୍କ ମଧ୍ୟରେ ଚାରି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିବାର ସୂଚନା ମିଳିଛି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଜୟପୁରର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଏନଏଚ ୨୬ ମଢିଆ ଛକରେ ହୋଇଥିବାର ସୂଚନା ମିଳିଛି ।
ଆହତମାନଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ ।

https://www.onakhabar.com/2019/06/bolero-accident-at-nilagiri/

Leave A Reply

Your email address will not be published.