OnaKhabar

ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ହସ୍ପିଟାଲକୁ ନୋଟିସ ଜାରି

0 15

ଭୁବନେଶ୍ୱର : ସୁରାଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶାରେ ତତ୍ପରତା ପ୍ରକାଶ ପାଇବା ଦେଖିବାକୁ ମିଳିଛି । ଆଜି ରାଜଧାନୀ ଭୁବନେଶ୍ୱରର ବଡ଼ ବଡ଼ ୧୫ଟି ଘରୋଇ ହସ୍ପିଟାଲରେ ଅଗ୍ନିଶମ ବିଭାଗ ଯାଂଚ କରିଛି ।
ରାଜଧାନୀ ଭୁବନେଶ୍ୱର ବଡ଼ ବଡ଼ ଘରୋଇ ହସ୍ପିଟାଲରେ ଅଗ୍ନିଶମ ବିଭାଗର ଏକ ଟିମ ଯାଂଚ କରିଛି ।ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ୧୫ଟି ହସ୍ପିଟାଲରେ ଆଜି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଂଚ କରିଛି । ଅଧିକାଂଶ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବା ଜଣାପଡ଼ିଛି । କେତେକ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ । ଏହା ସହ କେତେକ ସ୍ଥାନରେ ଆପାତକାଳୀନ ଯିବା ଆସିବା ରାସ୍ତା ବନ୍ଦ ରଖାଯାଇଛି । ଯାଂଚ ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଜାଡ଼ିବାକୁ ହସ୍ପିଟାଲ ଗୁଡ଼ିକୁ ନୋଟିସ ଜାରି କରାଯାଇଛି । କିଛି ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.