OnaKhabar

ଆଜିଠୁ ବିନା ହେଲମେଟରେ ଭୁବନେଶ୍ଵର ଫ୍ଲାଇଓଭର ମନା

0 11

ଭୁବନେଶ୍ଵର : ଗତ କିଛି ଦିନ ହେବ ଭୁବନେଶ୍ଵର ଫ୍ଲାଇ ଓଭରରେ ବାରମ୍ବାର ଘଟୁଛି | ଏହି ଦୁର୍ଘଟଣା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି। ଫଳସ୍ଵରୂପ ଭୁବନେଶ୍ଵରରେ ଫ୍ଲାଇଓଭରରେ କଟକଣା ଜାରି କରିଛି ପ୍ରଶାସନ। ଏଣିକି ବାଇକ ଚାଳକଙ୍କୁ ବିନା ହେଲମେଟରେ ଫ୍ଲାଇଓଭରରେ ଯାତ୍ରା କରିବାକୁ ଦିଆଯିବ ନାହିଁ।
ଖଣ୍ଡଗିରିରୁ ରସୁଲଗଡ ମଧ୍ୟରେ ଘଟୁଥିବା ଦୁର୍ଘଟଣା ପାଇଁ ପ୍ରଶାସନ ଫ୍ଲାଇ ଓଭରରେ ବାଇକ ଚାଳକଙ୍କ ଉପରେ କଟକଣା ଜାରି କରିଛି। କାଲିଠୁ ବିନା ହେଲମେଟରେ ବାଇକ ଚାଳକଙ୍କକୁ ଫ୍ଲାଇଓଭରରେ ଯାତାୟତା କରିବା ମନା ରହିଛି। ମାସକ ପାଇଁ ଏହି କଟକଣା ଲାଗୁ କରାଯାଉଥିବା ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ. ପୁନିଆ କହିଛନ୍ତି। ନିୟନ ଉଲ୍ଲଙ୍ଘନ କଲେ ବାଇକ ଚାଳକ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ସେ କହିଛନ୍ତି।
ଫଳରେ ଯେଉଁ ବାଇକ ଚାଳକ ବିନା ହେଲମେଟରେ ବାଇକ ଚଳାଇ ଫ୍ଲାଇ ଓଭରରେ ଯାତାୟତ କରୁଛନ୍ତି, ସେମାନଙ୍କୁ କାଲିଠୁ ହେଲମେଟ୍ ପିନ୍ଧିବାକୁ ପଡିବ। କିନ୍ତୁ ଦେଖିବା ବାକି ରହିଲା ଯେ ଖଣ୍ଡରଗିରି ଓ ରସୁଲଗଡ ଫ୍ଲାଇଓଭର ଆରମ୍ଭରେ ବାଇକ ଚାଳକଙ୍କ ଯାଞ୍ଚ କିପରି ପ୍ରଶାସନ କରୁଛି ତାହା ଦେଖିବା ବାକି ରହିଲା। କାରଣ ନିୟମ ଅନେକ ତିଆରି ହେଉଛି ମାତ୍ର ତାହା କାର୍ଯ୍ୟକାରୀ ହେଉ ନାହିଁ।

Leave A Reply

Your email address will not be published.