OnaKhabar

ପରିବାର ସଦସ୍ୟ ପରି ରହେ ସିଂହ ‘ବବର’

0 10

ନୂଆଦିଲ୍ଲୀ: ଆଜିକାଲି ଘରେ ପଶୁ ପକ୍ଷୀ ପାଳିବା ଏକ ସାଧାରଣ କଥା ହୋଇଗଲାଣି ତେବେ କେହି କେହି ନିଜ ଷ୍ଟାଟର୍ସ ପାଇଁ ବା ଫ୍ୟାସନ ପାଇଁ ମଧ୍ୟ ପଶୁପକ୍ଷୀକୁ ଘରେ ପାଳୁଛନ୍ତି ।  ତେବେ ଆମେ ଅନେକ ସମୟରେ ଦେଖିଥାଉ ଯେ ଲୋକେ ନିଜ ଘର ସୁରକ୍ଷା ଲାଗି କୁକୁରକୁ ରଖିଥାନ୍ତି । ତେବେ ଆଉ କିଏ ବିଲେଇକୁ ମଧ୍ୟ ରଖିବାକୁ ପସନ୍ଦ କରିଥାନ୍ତି । ହେଲେ ଆପଣ କେବେ କାହାକୁ ଘରେ ସିଂହ ପାଳିବାର ଶୁଣିଛନ୍ତି କି ? ଏହି କଥାକୁ ଶୁଣିବାକୁ ବିଚିତ୍ର ଲାଗିଲେ ମଧ୍ୟ ଏହା ସତ୍ୟ । ଏପରି ଘଟଣା ପାକିସ୍ଥାନରେ ହୋଇଥିବାର ସୂଚନା ମିଳିଛି । ଜୁକ୍ଲେ ଚୌଧୁରୀ ଜଣେ ବ୍ୟକ୍ତି ଏହାକୁୁ ସତରେ ପରିଣତ କରିଛନ୍ତି । ପେସାରେ ଜୁକ୍ଳେ ଜଣେ ରେଷ୍ଟୁରାନ୍ଟ ଚାଳକ । ସେ ଏକ ସିଂହକୁ ଆଣି ତାଙ୍କ ଘରେ ପାଳିଛନ୍ତି । ତାଙ୍କ ପରିବାର ଲୋକଙ୍କର ସିଂହ ସହ ନିବିଡ ସଂପର୍କ ରହିଥିବା ବେଳେ ତାଙ୍କର ୨ ବର୍ଷର ପୁଅ ମଧ୍ୟ ବିନା ଡରରେ ସିଂହ ସହ ଖେଳିବାକୁ ପସନ୍ଦ କରେ । ଜୁକ୍ଲେ ତାଙ୍କ ସିଂହର ନାମ ‘ବବର’ ରଖିଛନ୍ତି ।
ସେ ‘ବବର’କୁ ଘରେ କୌଣସି ପିନ୍ଜରାରେ ନରଖି ଖୋଲା ଛାଡଥାନ୍ତିି । କାରଣ ସେ ‘ବବର’କୁ ନିଜ ପରିବାରର ଏକ ସଦସ୍ୟ ବୋଲି ଭାବନ୍ତି । ତାଙ୍କର ‘ବବର’ଏପରି ଦୁର୍ବଳତା ରହିଛି ଯେ ସେ ‘ବବର’କୁ ଗୋଟେ ମିନିଟ ନିଜ ଠାରୁ ଅଲଗା ରଖିନଥାନ୍ତି । ତେବେ ତାଙ୍କର ଏପରି ସୌକ ଦେଖି ଆଖପାଖ ଲୋକ ବବରକୁ ଦେଖିବାକୁ ଆସିବା ସହ ତାସହ ସେଲଫି ମଧ୍ୟ ନେଇଥାନ୍ତି ।

https://www.onakhabar.com/2019/06/uganda-woman/

Leave A Reply

Your email address will not be published.