OnaKhabar

ଦେଢ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୪ଗିରଫ

56

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଓ ବ୍ରାଉନୁସାଗର ବେପାର ବୃଦ୍ଧି ଜୋରସୋରରେ ପାଉଥିବାର ଦେଖିବାକୁ ମିଳୁଛି । ଏହି ପରିପେକ୍ଷରେ ଆଜି ପୁଣି କୋଟିଏ ଟଙ୍କା ବ୍ରାଉନସୁଗାର ଜବତ କରିଛି । ଏପରି ଅଭାବନୀୟ ଘଟଣା ବାଲେଶ୍ୱର ସହର ଉପକଣ୍ଠ ୨ଟି ସ୍ଥାନରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି । ବ୍ରାଉନସୁଗାରର ଓଜନ ପ୍ରାୟ ୧କିଲୋରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ଗାଟିଏ ମୂଲ୍ୟବାନ କାର ମଧ୍ୟ ଜବତ କରାଯାଇଛି ।
ଘଟଣାରୁ ପ୍ରକାଶ, ଜଳେଶ୍ୱର ଓ ଭୋଗରାଇ ଅଚଂଳକୁ କାରରେ ବ୍ରାଉନସୁଗାର ଯାଉଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ସହଦେବଖୁଟାଂ ଥାନା ପୁଲିସ ଆଜି ଭୋରରୁ ଦହିପଡ଼ା ଓ ଫୁଲାଡି ଅଚଂଳରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିଥିଲା । ଗିରଫ ବ୍ୟକ୍ତିମାନେ ହେଲେ ସେଖ ମକସଦ, ଶେଖ ରାଜୁ, ଶେଖ ଅବୁସେନ, ଜାମସେଦ ଅଲ୍ଲୀ । ଏମାନଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଡ ସେଖ ମକସଦର ଘର ଜଳେଶ୍ୱରର ରାଜପୁର ଗ୍ରାମରେ ଅନ୍ୟମାନଙ୍କ ଘର ଅରଡ଼ ବଜାରରେ ବୋଲି ଜଣାପଡ଼ିଛି । ଏମାନେ ମାଛ ବ୍ୟବସାୟ ଆଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଜଣାପଡ଼ିଛି ।

https://www.onakhabar.com/2019/06/man-killed-her-wife-and-mother-in-law-in-baripada/