OnaKhabar

କମେଣ୍ଟମରାକୁ କେନ୍ଦ୍ର କରି ଜଣେ ଯୁବକକୁ ଅତି ନିର୍ମମ ଭାବେ ହତ୍ୟା

49

ପୁରୁଷୋତ୍ତମପୁର: ରାଜ୍ୟରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା | କମେଣ୍ଟମରା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏକ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି | ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ପ୍ରତାପୁର ଅଞ୍ଚଳ‌ରେ ଘଟିଛି । ଏପରି ଲଜ୍ଜ୍ୟଜନକ କାଣ୍ଡ ଗୋଠିଆଳି ଗ୍ରାମର ୧୯ ବର୍ଷିୟ ଏମ୍‌.ଶିବ ଦୋରା | ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ମଧ୍ୟ ସେହି ଗ୍ରା‌ମର ଏମ୍‌.ଜିତୁ ରେଡ୍ଡି |
ଏହି ଜଘନ୍ୟକାଣ୍ଡ ଭିଆଇବା ପରେ ଜିତୁ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ୪ବର୍ଷ ହେଲା ଗୋଠିଆଳି ଗ୍ରାମର ଶିବ ଓ ଜିତୁଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଜିତୁଙ୍କ ପତ୍ନୀ, ମା’ ଓ ଦୁଇ ଭଉଣୀଙ୍କୁ ଶିବ କମେଣ୍ଟ ମାରି ସବୁବେଳେ ହଇରାଣ କରି ଆସୁଥିଲା । ଗତ ଗୁରୁବାର ଦିନ ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଯାତ୍ରା ଉଦ୍‌ଯାପନୀ ଦିବସରେ ଆଛୁଲି ଛକରେ ଜିତୁକୁ ଶିବ ଆକ୍ରମଣ କରିଥିଲେ ।

ଏଥିରେ ଜିତୁ ପ୍ରତିଶୋଧରାୟଣ ହୋଇ ଉଠିଥିଲା। ଆଜି ଅପରାହ୍ନ ୪ଟାରେ ପ୍ରତାପୁର-ଗୋଠିଆଳି ଛକ ଏକ ପାନ ଦୋକାନରେ ଶିବ ବସିଥିବା ଦେଖି ଜିତୁ ଆଉ ସୁଯୋଗକୁ ହାତଛଡା କରିବାକୁ ଚାହିଁ ନ ଥିଲା। କଥାବାର୍ତ୍ତା ହେବାର ଆଳ ଦେଖାଇ ସେ ଶିବଙ୍କ ପାଖକୁ ଯାଇଥିଲା। ପୂର୍ବରୁ ଲୁଚାଇ ରଖିଥିବା ଧାରୁଆ କାତିରେ ଶିବଙ୍କୁ ସେ ଅଚାନକ୍‌ ଆକ୍ରମଣ କରିଥିଲା। ରକ୍ତମୁଖା ପାଲଟିଥିବା ଜିତୁ ଶିବଙ୍କ ମୁଣ୍ଡ, ଛାତି ଓ ହାତକୁ ୩ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଆଉ ଅଭିଯୁକ୍ତ ଜିତୁ ସଂଗେ ସଂଗେ ପୁରୁଷୋତ୍ତମପୁର ଥାନାରେ ଆତ୍ମସମର୍ପଣ କରିଥିଲା | ପୁରୁଷୋତ୍ତମପୁର ଏସଡିପିଓ ନିମାଇଁ ଚରଣ ସେଠୀ ଓ ଥାନା ସେକେଣ୍ଡ ଅଫିସର ସୁନିଲ କୁମାର ପ୍ରଧାନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଆତ୍ମସମର୍ପଣ କରିବା ପରେ ଜିତୁ ସମସ୍ତ ଦୋଷ ସ୍ବୀକାର କରିଛି । କିନ୍ତୁ ଖବର ଲେଖାଯିବା ସୁଦ୍ଧା ଏନେଇ ଥାନାରେ କୌଣସି ଏତଲା ଦିଆଯାଇନି ।

https://www.onakhabar.com/2019/06/family-member-did-not-accept-the-deadbody/