OnaKhabar

ମୁଖବ୍ରଣକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର…

73

ଭୁବନେଶ୍ୱର, (ଓଏନଏ): ବ୍ରଣ ସାଧାରଣତଃ ସୁନ୍ଦର ମୁହଁକୁ ଅସୁନ୍ଦର କରି ଦେଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପଚାର ରହିଛି । ଠିକ ସମୟରେ ମୁଖ ବ୍ରଣର ଉପଚାର ନ କଲେ ଏହା ବେଳେ ବେଳେ ସଂକ୍ରାମକ ରୋଗର ରୂପ ମଧ୍ୟ ନେଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ସାମଗ୍ରୀକୁ ବ୍ୟବହାର କରି ସହଜ ଭାବେ ଆପଣ ଏହି ବ୍ରଣ ସମସ୍ୟାରୁ ମୁକ୍ତି ପାଇ ପାରିବେ ।
୧. ଲେମ୍ବୁରସ ଓ ମହୁ: ମୁହଁ କିମ୍ବା ଓଠରେ ଯଦି ବ୍ରଣ ହେଉଛି ତେବେ ଲେମ୍ବୁ ରସ ଲଗାଇବା ଏକ ଉତ୍ତମ ଘରୋଇ ଉପାୟ । ଲେମ୍ବୁ ରସରେ ସାଇଟ୍ରିକ ଏସିଡ ରହିଥାଏ ଯାହାକି ବ୍ରଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ମାରିଦେଇ ଥାଏ । ଏକ କାଚ ପାତ୍ରରେ ଲେମ୍ବୁରସ ନେଇ ସେଥିରେ ଅଳ୍ପ ମହୁ ଭଲଭାବରେ ମିଶାନ୍ତୁ । ଏହାପରେ ତୁଳା ସାହାଯ୍ୟରେ ଲେମ୍ବୁ ରସରେ ବୁଡାଇ ଭଲଭାବରେ ବ୍ରଣ ଉପରେ ଲଗାନ୍ତୁା ଲଗାଇବାର ୫ରୁ ୧୦ ମିନିଟ ପରେ ଭଲ ଭାବରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ମୁହଁ ଏବଂ ଓଠରୁ ବ୍ରଣକୁ ଦୂର କରିବା ସହ ଓଠକୁ ଗୋଲାପୀ ମଧ୍ୟ କରିଥାଏ ।
୨.ହଳଦୀ ପେଷ୍ଟ: ଏକ ପାତ୍ରରେ ଅଧା ଚାମଚ ହଳଦୀ ଗୁଣ୍ଡ ସହ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ବ୍ରଣ ହୋଇଥିବା ସ୍ଥାନ ଉପରେ ଭଲଭାବରେ ଲଗାନ୍ତୁ ।୧୫ମିନିଟ ରଖିଲା ପରେ ପରିଷ୍କାର ପାଣିରେ ଭଲଭାବରେ ମୁହଁକୁ ଧୋଇ ଦିଅନ୍ତୁ । ଦିନରେ ଦୁଇ ଥର ଏହି ପେଷ୍ଟ ଲଗାନ୍ତୁ,ଏହା ଦ୍ୱାରା ହଳଦୀରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବ୍ରଣକୁ ଦୂର କରିଥାଏ ।
୩.ଟମାଟୋ: ଏକ ଟମାଟୋରୁ ରସ ବାହାର କରି ବ୍ରଣ ଉପରେ ଏହାକୁ ଭଲଭାବରେ ଲଗାନ୍ତୁ । ୨୦ମିନିଟ ରଖି ମୁହଁକୁ ଧୋଇ ଦିଅନ୍ତୁ । ଟମାଟୋରେ ଥିବା ଭିଟାମିନ ସି ବ୍ରଣ ଦୂର କରିବା ସହ ତ୍ୱଚାର କ୍ଷତିଗ୍ରସ୍ତ କୋଷକୁ ଖୁବ କମ ଦିନରେ ଭଲ କରିଥାଏା ଫଳରେ ତ୍ୱଚା ଉଜ୍ୱଳ ଦେଖାଯାଏ ।