OnaKhabar

ପୁଣି ମାତିଲେ ଦନ୍ତା ହାତୀ , ମହିଳାଙ୍କୁ କଚାଡି ମାରିଲା..

42

ନାକଟିଦେଉଳ: ରାଜ୍ୟରେ ଦିନକୁ ଦିନ ହାତୀ ମାତୁୁଥିବାର ଦେଖିବାକୁ ମିଳୁଛିନ୍ତି | ଗଟୋ ପରେ ଗୋଟେ ସାଧାରଣଙ୍କ ଜୀବନ ନେଉଛନ୍ତି | ଏହି କ୍ରମରେ ଆଜି ପୁଣି ନାକଟିଦେଉଳ ଥାନା ଅଧୀନ ବିନ୍ଦପୁର ଗ୍ରାମରେ ଗୋଟାଏ ଦନ୍ତାହାତୀ ଜଣେ ମହିଳାଙ୍କୁ କଚାଡ଼ି ମାରିଦେଇଥିବାର ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍ଗକ ହେଉଛନ୍ତି ୫୦ ବର୍ଷୀୟ ସନ୍ଧ୍ୟା ସାହୁ । ସୂଚନାନୁଯାୟୀ, ଆଜି ଭୋର୍‌ ପ୍ରାୟ ସାଢେ 5ଟାରେ ଶୌଚ ହେବାକୁ ଘରୁ ପଦାକୁ ଆସିଲାବେଳେ ପୂର୍ବରୁ ଘର ପାଖକୁ ଚାଲିଆସିଥିବା ଗୋଟାଏ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ତତ୍‌କ୍ଷଣାତ୍‌ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗର କର୍ମଚାରୀମାନେ ସେ ଗାଁରେ ପହଞ୍ଚିଛନ୍ତି । ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ରହୁଥିବା ସେ ହାତୀଟି ପୂର୍ବରୁ ମଣିଷ ମାରିଥିବା କଥା ବନବିଭାଗ ଲୋକେ କହୁଛନ୍ତି । ପ୍ରାୟ ଦେଢ଼ ବର୍ଷ ତଳେ ଉକ୍ତ ଗ୍ରାମ ପାଖରେ ସେ ଦନ୍ତାହାତୀ ଜଣକୁ ମାରି ଦେଇଥିଲା । ସନ୍ଧ୍ୟାଙ୍କ ମୃତ୍ୟୁ ନିମନ୍ତେ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ହାତୀଟିକୁ ସେ ଅଞ୍ଚଳରୁ ଘଉଡ଼ାଇବାକୁ ଦାବି କରି ଲୋକେ ଦାବି କରିଛନ୍ତି ।

https://www.onakhabar.com/2019/06/married-man-and-women-suicide/