OnaKhabar

ଆଜି ଭାରତ-ପାକ୍ ମହାମୁକାବିଲା

53

ମାଞ୍ଚେଷ୍ଟର: ଆଜି ମାଞ୍ଚେଷ୍ଟରରେ ଭାରତ ଓ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବାକୁ ଯାଉଛି। ଆଇସିସି ୨୦୧୯ ବିଶ୍ଵ କପର ଏହି ମୁକାବିଲାକୁ ସମଗ୍ର ଦୁନିଆର କ୍ରିକେଟ୍ ପ୍ରେମୀ ଚାତକ ଭଳି ଅପେକ୍ଷା କରି ରହିଛନ୍ତି। ମାତ୍ର ମ୍ୟାଚ୍ ଉପରେ ବର୍ଷାର ସଙ୍କଟର ରହିଛି। ଏହି ବର୍ଷା କାରଣରୁ ଇଂଲଣ୍ଡ ଓ ଓ୍ଵେଲ୍ସରେ ଖେଳାଯାଉଥିବା ବିଶ୍ଵ କପର ଚାରୋଟି ମ୍ୟାଚ୍ ପୂର୍ବରୁ ବାତିଲ ହୋଇ ସାରିଛି। ତିନୋଟି ମ୍ୟାଚରେ ତ ଟସ୍ ମଧ୍ୟ ପଡିପାରି ନଥିଲା। ଏବେ ଭାରତ-ପାକ୍ ମ୍ୟାଚରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ପାଗ ଉପରେ ରହିଛି।
ବର୍ଷା କାରଣରୁ ଜୁନ ୧୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ ହୋଇଥିଲା। ଏହା ପରେ ମାଞ୍ଚେଷ୍ଟରରେ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ଖବର ଆସିଛି ତାହା କ୍ରିକେଟ୍ ପ୍ରେମୀ ଓ ଦୁଇ ଦଳ ପାଇଁ ସୁଖବର ନୁହେଁ। ଚଳିତ ବିଶ୍ଵ କପରେ ବର୍ଷା ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ମାଞ୍ଚେଷ୍ଟରରେ ରହି ରହି ବର୍ଷା ହେଉଛି। ବର୍ତ୍ତମାନ କିଛି ସମୟ ହେବ ବର୍ଷା ହେଉଛି, ମାତ୍ର ଆଶା କରାଯାଉଛି ଯେ ବର୍ଷା ଥମିବ। ମାତ୍ର ସବୁଠୁ ପ୍ରଶ୍ନ ଉଠୁଛି ଯେ, କଣ ପଡ଼ିଆକୁ କାଲିର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇ ପାରିବ।
ପାଣିପାଗ ବିଭାଗ ଅନୁସାରେ ରବିବାର ସକାଳ ସ୍ଥାନୀୟ ସମୟ ଅନୁସାରେ ୧୦-୧୧(ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟା୩୦ ରୁ ୩ଟା ୩୦ ମଧ୍ୟରେ) ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ଏହା ପରେ ସାରା ଦିନ ବାଦଲ ଛାଇ ରହିବ। ତେଣୁ ଦେଖିବାକୁ ବାକି ରହିଲା କଣ ପଡିଆ ସୁଖି ପାରିବ ଏବଂ ମ୍ୟାଚ୍ ଉପଯୋଗୀ ହୋଇ ପାରିବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ପୁଣି ଥରେ ବର୍ଷା ହେବାର ସମ୍ଭାବନା ରହିଛି।