OnaKhabar

ପରକୀୟା ପ୍ରୀତିର କରୁଣ ପରିଣତି : ବିବାହିତ ପୁରୁଷ-ମହିଳାଙ୍କ ଆତ୍ମହତ୍ୟା !

60

ଅନୁଗୁଳ : ଅବୈଧ ପ୍ରେମ ସମ୍ପର୍କ ଶେଷରେ ବିବାହିତ ପୁରୁଷ ଓ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି | ପରକିୟା ପ୍ରୀତି ଏପରି କରୁଣ ପରିଣତି ଏବେ ଚର୍ଚାର ବିଷୟ ହୋଇଛି । ଲୋକଲଜ୍ୟା ଭୟରେ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି | ଘଟଣାଟି ପୁରୁଣାକୋର୍ଟ ଥାନା ଅନ୍ତର୍ଗତ କୁମରିଗାଁରେ ଘଟିଛି । ମୃତକ ଦୁଇ ଜଣ ହେଲେ ମଧୁସୂଦନ ସାହୁ ଓ ଶାନ୍ତିଲତା ପ୍ରଧାନ । ଉଭୟ ଭିନ୍ନ ଭିନ୍ନ ଗାଁର |

ମିଳିଥିବା ଖବର ଅନୁଯାୟୀ ମଧୁସୂଦନଙ୍କ ଘର ଦଲାସିଂହା ଗାଁର ଓ ଶାନ୍ତିଲତାଙ୍କ ଘର କୋଠଭୂଇଁ ଗାଁରେ | ଉଭୟ ହେଉଛନ୍ତି ବିବାହିତ । ହେଲେ ଦୁଇ ଜଣ ସ୍ୱାମୀ, ସ୍ତ୍ରୀ ନୁହଁନ୍ତି । ସେମାନଙ୍କ ମଧ୍ୟରେ ଦୀର୍ଘ କିଛି ମାସ ହେବ ଅବୈଧ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶାନ୍ତିଲତା ଲୁଚିଛପି ମଧୁସୂଦନଙ୍କ ସହ ମିଶୁଥିଲେ | ଏସମ୍ପର୍କରେ ଶାନ୍ତିଲତାଙ୍କ ସ୍ୱାମୀ ଜାଣିବା ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଫଳରେ ପ୍ରାୟ ଛ’ ମାସ ହେବ ଶାନ୍ତିଲତା ସ୍ୱାମୀ ଘର ଛାଡ଼ି ଆସି ମଧୁସୂଦନଙ୍କ ସହିତ ଘର ଭଡ଼ା ନେଇ ରହୁଥିଲେ । ତେବେ ଆଜି ସକାଳେ କୁମରିଗାଁର ଏକ ଗଛରେ ଦୁଇ ଜଣଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି ।
ସ୍ଥାନୀୟ ଲୋକ ପୁରୁଣାକୋର୍ଟ ଥାନାକୁ ଖବର ଦେବାପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି । ଗଛ ନିକଟରେ ଥିବା ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟଭାବେ ଜଣାପଡ଼ି ନାହିଁ । ତଥାପି ପାରିପାର୍ଶ୍ୱିକ ସ୍ଥିତି ଓ ପୂର୍ବ ଘଟଣାକୁ ଦେଖି ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି ।

https://www.onakhabar.com/2019/03/sex-racket-found-in-rayagada/