OnaKhabar

ଆଜି ପହଞ୍ଚିବ ଜୟ, ବିଜୟ ମୂର୍ତ୍ତି

0 0

ପୁରୀ: ବାତ୍ୟା ଫନିରେ ଭାଙ୍ଗି ଯାଇଥିବା ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତି ଆଜି ପହଂଚିବ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ ଶୁଖୁଆପଡାର ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଅତି ନିଖୁଣ ଭାବେ ମୂର୍ତ୍ତିଦ୍ବୟକୁ ନିର୍ମାଣ କରିଛନ୍ତି। ଆଜି ଅପରାହ୍ନରେ ଦୁଇ ମୂର୍ତ୍ତି ପୁରୀ ଅଭିମୁଖେ ବାହାରିବ। ସେଠାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୁଇ ମୂର୍ତ୍ତିକୁ ସ୍ଥ‌ାପନ କରିବାର କାର୍ଯ୍ୟକ୍ରମ ରଖିଛି।
ଜୟ ବିଜୟ ମୂର୍ତ୍ତିଦ୍ବୟ ଖଣ୍ଡ୍‌ଲାଇଟ୍ ପଥରରେ ନିର୍ମାଣ କରାଯାଇଛି। ମୂର୍ତ୍ତିର ଉଚ୍ଚତା ପାଞ୍ଚଫୁଟ ୧୦ ଇଞ୍ଚ ଥିବା ବେଳେ ଓସାର ତିନି ଫୁଟ୍ ରହିଛି। ତେବେ ସିଂହଦ୍ୱାରା ପାଇଁ ଏହି ଦୁଇ ଦୁର୍ଲଭ ମୂର୍ତ୍ତି ନିର୍ମାଣ କରୁଥିବା ଶ୍ରୀ ମହାରଣା ନିର୍ମାଣ ବେଳର କିଛି ଅନୁଭୂତି ବଖାଣିଛନ୍ତି। ତାଙ୍କ କହିବା କଥା ଶ୍ରୀମନ୍ଦିରର ପୂର୍ବରୁ ସେ ଅନେକ କାମ କରିଛନ୍ତି। ଗର୍ଭଗୃହ, କଳାହାଟ ଦ୍ୱାର ନିର୍ମାଣ ‌ବେଳେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ଏଏସଆଇ ପକ୍ଷରୁ ତାଙ୍କୁ ସବୁବେଳେ ନିର୍ମାଣ ସୁଯୋଗ ଦିଆଯାଇଥାଏ। ସବୁଠୁ ଅଲୌକିକ ଅନୁଭୂତି ସେ ଜୟ ବିଜୟ ମୂର୍ତ୍ତି ନିର୍ମାଣ ବେଳେ ପ‌ାଇଥିବା କହିଛନ୍ତି। ଗତ ଦୁଇ ବର୍ଷ ହେବ ସ୍ଥାନୀୟ ଏକ ପାହାଡରୁ ସଂଗ୍ରହ ହୋଇଥିବା ଦୁଇଟି ଖଣ୍ଡ୍‌ଲାଇଟ୍ ପଥର ସେ ଆଣିଥିଲେ। ତେବେ ଏ ପଥର ଦୁଇଟି ସେମିତି ପଡି ରହିଥିଲା। ଏଥିପାଇଁ ବରାଦ କାମ ଆସିଥିଲେ ବି ସଂଯୋଗବଶତଃ କାହାର କାମ କାହିଁକି କେଜାଣି ହୋଇପାରୁନଥିଲା। ଅଗ୍ରୀମ ଥିଲେ ବି ସେ ଦୁଇ ପଥର ବ୍ୟବହାର ହୋଇପାରିନଥିଲା। ଦୁଇବର୍ଷ ହେବ ସେମିତି ପଥର ଦୁଇଟି ପଡି ରହିଥିଲା। ତେବେ ଗତ ମେ ୩ ତାରିଖ ଫନି ବାତ୍ୟ‌ାରେ ସିଂହଦ୍ବାରରେ ଶୋଭାପାଉଥିବା ଜୟ ମୂର୍ତ୍ତି ଭାଙ୍ଗିଯିବା ପରେ ଏଏସଆଇ ପକ୍ଷରୁ ଗତ ମେ ୨୫ ତାରିଖରେ ତାଙ୍କୁ ଜୟ ବିଜୟ ମୂର୍ତ୍ତି ନିର୍ମାଣ କରିବାକୁ କୁହାଯାଇଥିଲା।

Leave A Reply

Your email address will not be published.