OnaKhabar

ବିହାରରେ ପ୍ରବଳ ତାତି: ୧୨ ମୃତ

0 0

ପାଟଣା : ବିହାରରେ ପ୍ରବଳ ତାତି ସହ ଗୁଳୁଗୁଳି ଲାଗିରହଛି | ବର୍ତମାନ ପର୍ଯ୍ୟନ୍ତ ଅଂଶୁଘାତରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି । ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି, ଅନୁରାଗ ନାରାୟଣ ମଗଧ ମେଡିକାଲ କଲେଜରେ ମୃତ ୧୨ ଜଣଙ୍କ ମଧ୍ୟରୁ ୭ ଜଣ ଗୟା, ୨ ଜଣ ଔରଙ୍ଗାବାଦ, ଜଣେ ଛତ୍ରା, ଜଣେ ଶେଖପୁର ଓ ଅନ୍ୟ ଜଣେ ନୱଦାର ବୋଲି ଜଣାପଡ଼ିଛି । ଅଂଶୁଘାତରେ ପୀଡ଼ିତ ଏବେ ବି ୨୫ ଜଣଙ୍କର ଚିକିତ୍ସା ଜାରି ରହିଛି । ସେମାନଙ୍କର ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଡାକ୍ତରୀ ଟିମ ଉଦ୍ୟମ କରୁଛନ୍ତି ।
ସୂଚନାଯୋଗ୍ୟ ଏଥର ବିଳମ୍ବରେ କେରଳ ମୌସୁମୀ ଛୁଇଁଛି । ଦେଶର ଚାରିଆଡେ ମୌସୁମୀ ପହଂଚି ପାରି ନାହିଁ । ବିହାର ଓ ଉତ୍ତର ପ୍ରଦେଶକୁ ମୌସୁମୀ ବାୟୁ ପହଂଚିବାକୁ ଆହୁରି ପ୍ରାୟ ୨ ସପ୍ତାହ ଲାଗିପାରେ । ଫଳରେ ତାପମାତ୍ରା ଏଥର ଅସହ୍ୟ ହୋଇପଡ଼ିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ଜାତୀୟ ରାଜଧାନୀର ଲୋକେ ମଧ୍ୟ ମାତ୍ରାଧିକ ତାପମାତ୍ରା ଯୋଗୁଁ ଛଟପଟ ହେଉଛନ୍ତି ।

https://www.onakhabar.com/2019/06/7-died-in-septic-tank/

Leave A Reply

Your email address will not be published.