OnaKhabar

ଫିଲ୍ମ “suryavanshi”ରେ “ଟିପ ଟିପ ବରଷା ପାନି” ଗୀତର ରିମେକ

0 1

ନୂଆଦିଲ୍ଲୀ: ବଲିଉଡ଼ରେ ଆଗକୁ ଆସୁଥିବା ଫିଲ୍ମ “suryavanshi”ରେ ପୁଣି ଆସିବ “ଟିପ ଟିପ ବରଷା ପାନି” ଗୀତର ରିମେକ । ଏହି ରିମେକ ଗୀତରେ ହିରୋ ତ ଅକ୍ଷୟ କୁମାର କିନ୍ତୁ ରବିନାଙ୍କ ଜାଗାରେ କ୍ୟାଟ୍ରିନା ନଜରକୁ ଆସିବେ ।
ରୋହିତ ସେଟ୍ଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ “suryavanshi”ରେ ଅକ୍ଷୟ କୁମାର ଓ କରିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମରେ “ଟିପ ଟିପ ବରଷା ପାନି”ର ରିମେକ ଦେଖିବାକୁ ମିଳିବ । ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଅଭିନିତ ପୂର୍ବି ଗୀତ“ଟିପ ଟିପ ବରଷା ପାନି” ଏବେ ଏହି ସିନେମା “suryavanshi”ର ଗୀତ ତାଲିକାରେ ନୂଆ ଢଙ୍ଗରେ ସ୍ଥାନ ପାଇବ ।
୧୯୯୪ରେ ହୋଇଥିବା ସିନେମା ମୋହରାରେ ଥିବା ଗୀତ “ଟିପ ଟିପ ବରଷା ପାନି”ରେ ଅକ୍ଷୟ କୁମାର ଓ ରବିନା ଟଣ୍ଡନ ଥିଲେ । କିନ୍ତୁ ଏହି ରିମେକ ଗୀତରେ ହିରୋ ତ ଅକ୍ଷୟ କୁମାର କିନ୍ତୁ ରବିନାଙ୍କ ଜାଗାରେ କ୍ୟାଟ୍ରିନା ନଜରକୁ ଆସିବେ । ଏହି ଗୀତଟି ଚର୍ଚ୍ଚାରେ ରହିଛି । ଯାହା କି ଖୁବ ଶୀଘ୍ର ଅକ୍ଷୟ କୁମାର ଓ କ୍ୟାଟ୍ରିନା ହାଇଦ୍ରାବାଦ ଯାଇ ରାମୋଜୀ ଫିଲ୍ମ ସିଟିରେ ସୁଟିଙ୍ଗ ଆରମ୍ଭ କରିବେ । କ୍ୟାଟ୍ରିନା ଓ ଅକ୍ଷୟ କୁମାର ଏକା ସ୍କ୍ରିନ ପୁଣି ୯ବର୍ଷ ପରେ ସେୟାର କରିବେ । ଦୁହେଁ ଏକା ସହ ପୂର୍ବରୁ ତିସ ମାର ଖାନ ସିନେମାରେ ନଜରକୁ ଆସିଥିଲେ ।

Leave A Reply

Your email address will not be published.