OnaKhabar

ଝାଳ ଦୁର୍ଗନ୍ଧରୁ ମୁକ୍ତି ପାଇଁ ଆପଣାନ୍ତୁ ଘରୋଇ ଉପଚାର, କ’ଣ କରିବାକୁ ହେବ ପଢ଼ନ୍ତୁ ଏହି ଖବର…

0 21

ଖରା ଦିନେ ଝାଳ ବାହାରିବା ଏକ ସାଧାରଣ କଥା । ତେବେ ଝାଳରୁ ଦୁର୍ଗନ୍ଧ ବାହାରିଲେ ତାହା ଏକ ସମସ୍ୟାରେ ପରିଣତ ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଣିଷ ତା’ର ଦୈନନ୍ଦିନ ଜୀବନରେ ନାନା ପ୍ରକାରର ଡିଓ ବା ପରଫ୍ୟୁମର ବ୍ୟବହାର କରିଥାଏ । ହେଲେ ଏହି ଡିଓ ଦୁର୍ଗନ୍ଧ ସମସ୍ୟାକୁ ଦୂର କରିବା ସହ କିଛି ଲୋକଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ସମସ୍ୟା ଦାୟକ ହୋଇଥାଏ । ଯେପରିକି ଶରୀର ଜଳା ପୋଡ଼ା ହେବା ସହ ଶରୀରରେ ନାଲି ଦାଗ ପଡ଼ିଯାଏ । ତେବେ ଘରେ ଥିବା ସାମଗ୍ରୀ ସାହାଯ୍ୟରେ କିପରି ଏହି ଝାଳ ଜନିତ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇହେବ ଆସନ୍ତୁ ଜାଣିବା ।
୧. ଏକ ତାଜା ଲେମ୍ବୁରୁ ରସ ବାହାର କରି ତାକୁ ଏକ ପାତ୍ରରେ ରଖନ୍ତୁ, ସେଥିରେ ଏକ ଚାମଚ ବେକିଂ ସୋଡାକୁ ଭଲ ଭାବରେ ମିଶାଇ ଦାଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ଝାଳ ବାହାରୁଥିବା ସ୍ଥାନରେ ଲଗାନ୍ତୁ । ଏହା କରିବା ଦ୍ୱାରା ଶରୀରରେ ଝାଳ ବାହାରିବା ସମସ୍ୟା ଧିରେଧିରେ ବନ୍ଦ ହୋଇ ଯାଇଥାଏ ।
୨. ଝାଳ ବାହାରୁଥିବା ସ୍ଥାନରେ ନିୟମିତ ଭାବେ ଲେମ୍ବୁ ଘଷିବା ଦ୍ୱାରା ଝାଳ ଜନିତ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ମିଳିଥାଏ ।
୩. ଏକ ତୁଳା ସାହାଯ୍ୟରେ ଭିନେଗାରକୁ ଆଣି ତାକୁ ନିୟମିତ ଭାବେ ଝାଳ ବାହାରୁଥିବା ସ୍ଥାନରେ ଲଗାନ୍ତୁ ,ଏହା ଫଳରେ ଝାଳ ବାହାରିବା କମ ହୋଇଥାଏ ।
୪. ଗାଧୋଇବା ପାଣିରେ ଟମାଟୋ ରସକୁ ମିଶାଇ ନିୟମିତ ଭାବେ ଗାଧାନ୍ତୁ, କାରଣ ଟମାଟୋରେ ପ୍ରଚୁର ପରିମାଣରେ ଆଂଟି ଅକ୍ସିଡେଂଟ ରହିଥିବାରୁ ଏହା ଦେହରୁ ବାହାରୁଥିବା ଝାଳ ଜନିତ ଦୁର୍ଗନ୍ଧରୁ ଆପଣଙ୍କୁ ମୁକ୍ତି ଦେଇଥାଏ ।

Leave A Reply

Your email address will not be published.