OnaKhabar

କିଙ୍ଗ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ଆସୁଛନ୍ତି ପରଦାକୁ

0 1

କିଙ୍ଗ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ପରଦାରେ ଦେଖିବାକୁ ମିଳିବ | ପରିଧାନ ଶୈଳୀଠୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନ ଯାଏଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଲୋକପ୍ରିୟତା ପାଇଁ ସେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍‌ କିଛି କମ୍‌ ନାହାନ୍ତି। ଦର୍ଶକ ସୁହାନା ଖାନଙ୍କ ଫଟୋ ଦେଖିବା ମଧ୍ୟ ବହୁତ ପସନ୍ଦ କରନ୍ତି। ତେବେ ତାଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ଯେ, ସୁହାନାଙ୍କୁ ସେ ଖୁବ୍‌ ଶୀଘ୍ର ପରଦାରେ ଦେଖିବାକୁ ଯାଉଛନ୍ତି। ଆମେରିକାରେ ଫିଲ୍ମ ଏବଂ ଥିଏଟର୍‌ ବିଷୟରେ ପାଠ ପଢୁଥିବା ସୁହାନା ବାପାଙ୍କ ଭଳି ମଧ୍ୟ ଅଭିନୟ ଜଗତରେ ପାଦ ଦେଇଛନ୍ତି।
ଶାହାରୁଖ୍‌ଙ୍କ ଝିଅ ସୁହାନା ଖୁବ୍‌ ଶୀଘ୍ର ଏକ ସର୍ଟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। କିଛି ଦିନ ହେବ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋରେ ସୁହାନା ଏକ କାର୍‌ ସିଟ୍‌ରେ ବସିଥିବାର ଦେଖାଯାଉଛନ୍ତି। ସୂଚନାଯୋଗ୍ୟ ଯେ, ସେ ଏକ ସର୍ଟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

Leave A Reply

Your email address will not be published.