OnaKhabar

୨୦୧୯ ବିଶ୍ୱକପ : ଶ୍ରୀଲଙ୍କା ଟସ ଜିଣି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା

0 0

ଲଣ୍ଡନ : ୨୦୧୯ ବିଶ୍ୱକପ ଲଣ୍ଡନର କେନିଙ୍ଗଟନ ଓଭାଲଠାରେ ଆଜି ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଭାଲ ଆକାଶରେ ମେଘ ଘୋଡାଇ ରଖିଥିବାରୁ ପିଚ ପ୍ରଥମେ ବୋଲିଂକୁ ସୁହାଇବ । ଶ୍ରୀଲଙ୍କା ଏପର୍ଯ୍ୟନ୍ତ ମୋଟ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୪ ପଏଣ୍ଟ ପାଇଛି ।
ବର୍ଷା ଯୋଗୁଁ ଶ୍ରୀଲଙ୍କାର ୨ଟି ମ୍ୟାଚ ଆଗୁରୁ ବାତିଲ ହୋଇଯାଇଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୩ଟିରେ ବିଜୟ ହାସଲ କରିଛି । କିନ୍ତୁ ଦଳ ଭାରତ ବିପକ୍ଷ ମ୍ୟାଚରେ ପରାଜୟ ବରଣ କରିଥିଲା । ଆସନ୍ତାକାଲି ପାକିସ୍ତାନ ସହ ଭାରତ ଖେଳ ହେବ |

https://www.onakhabar.com/2019/06/ndia-beat-japan/

Leave A Reply

Your email address will not be published.