OnaKhabar

ଓଡ଼ିଶାର ଖାଲି ପଡିଥିବା ୪ ରାଜ୍ୟସଭା ଆସନରୁ ୩ ଟିରେ ହେବ ନିର୍ବାଚନ, ୧୮ରୁ ନାମାଙ୍କନ ଦାଖଲ

0 0

ଭୁବନେଶ୍ୱର : ଓଡ଼ିଶାର ଖାଲି ପଡିଥିବା ୪ ରାଜ୍ୟସଭା ଆସନ ମଧ୍ୟରୁ ୩ ଟିରେ ନିର୍ବାଚନ ହେବ | ଏଥିନେଇ ଆଜି ଭାରତର ନିର୍ବାଚନ କମିଶନ ଘୋଷଣା କରିଛନ୍ତି | ଖାଲି ପଡ଼ିଥିବା ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ପ୍ରକାଶ କରିଛନ୍ତି । ଜୁନ ୧୮ରେ ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି |
କମିଶନଙ୍କ ଘୋଷଣା ଅନୁଯାୟୀ ଓଡ଼ିଶାର ୩, ଗୁଜରାଟର ୨, ବିହାରର ଗୋଟିଏ ଆସନରେ ଉପ- ନିର୍ବାଚନ ହେବ। ଏହି ଉପ- ନିର୍ବାଚନ ଲାଗି ଜୁନ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଉଥିବା ଓ ୨୫ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି। ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ୨୮ ରଖାଯାଇଛି । ଆବଶ୍ୟକ ପଡିଲେ ଜୁଲାଇ ୫ରେ ଭୋଟ୍ ଗ୍ରହଣ ହେବ। ଓଡ଼ିଶା ୪ ଜଣ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି,ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ କେଶରୀ ଦେବ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହେବାପରେ ଇସ୍ତଫା ଦେଇଥିଲ।
ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ହୋଇଥିଲେ ମଧ୍ୟ କମିଶନଙ୍କ ନିଷ୍ପତି ଅନୁସାରେ ୩ଟି ଆସନ ପାଇଁ ଉପ – ନିର୍ବାଚନ ହେବ | ଅନୁଭବଙ୍କ ରାଜ୍ୟସଭା କାର୍ଯ୍ୟ ସମୟ ୨୦୨୦ରେ ଶେଷ ହେବାର ଥିଲା | ଏଣୁ ତାଙ୍କ କାର୍ଯ୍ୟକାଳ ମାତ୍ର ଏକ ବର୍ଷରୁ କାମ ରହିଛି | ଏହି ସ୍ୱଳ୍ପ ସମୟ ପାଇଁ ଆଉ ଉପ-ନିର୍ବାଚନ ନ କରିବାକୁ କମିଶନ ନିଷ୍ପତି ନେଇଛନ୍ତି | ଅଚ୍ୟୁତ , ସୌମ୍ୟରଞ୍ଜନ ଓ ପ୍ରତାପ ଇସ୍ତଫା ପରେ ସେମାନଙ୍କ ଖାଲି ସ୍ଥାନରେ ନିର୍ବାଚନ ହେବ |

ପ୍ରତାପ ଦେବଙ୍କ କାର୍ୟ୍ୟାନକାଳ ୧.୦୭.୨୦୨୨ ରେ ଶେଷ ହେବାର ଥିଲା। ଏଣୁ ତାଙ୍କର କାର୍ଯ୍ୟ ସମୟ ଆଉ ୩ ବର୍ଷ ଥିଲା। ସେହିପରି ସୌମ୍ୟ ଓ ଅଚ୍ୟୁତଙ୍କ କାର୍ଯ୍ୟକାଳ ୩.୦୪.୨୦୨୪ରେ ସରିଥାନ୍ତା। ଏହି ଦୁଇ ନେତାଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ଥିଲା। ପ୍ରତାପ ଓ ସୌମ୍ୟରଂଜନ ବିଧାୟକ ଭାବେ ଏବଂ ଅଚ୍ୟୁତ ଓ ଅନୁଭବ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି |

ଓଡିଶା ସହ ଗୁଜୁରାଟରୁ ଅମିତ୍ ଶାହା, ବିହାରରୁ ରବିଶଙ୍କର ପ୍ରସାଦ, ସ୍ମୁତି ଇରାନୀ ଲୋକସଭା ନିର୍ବାଚନରେ ବିଜୟୀ ହେବାରୁ ନିକଟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏଥିପାଇଁ ମଧ୍ୟ ନିର୍ବାଚନ ହେବ |

Leave A Reply

Your email address will not be published.