OnaKhabar

ମମତାଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଡାକ୍ତର

0 8

କୋଲକାତା: ଆଲୋଚନା ପାଇଁ ମମତାଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଦୋଳନରତ ଡାକ୍ତର | ଶନିବାର ସଚିବାଳୟରେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ମମତା ଡାକ୍ତରମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେମାନେ କୋଲକାତାର ଏନଆରଏସ୍‌ ମେଡିକାଲ୍‌ କଲେଜ ହସପିଟାଲ୍‌ରେ ଦୁଇ ଜଣ କନିଷ୍ଠ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମମତା ନିସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଏହାଛଡ଼ା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେମାନେ ଛଅଟି ସର୍ତ୍ତ ରଖିଛନ୍ତି। ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାରେ ଡାକ୍ତରଙ୍କ ଆନ୍ଦୋଳନକୁ ଦେଶବ୍ୟାପୀ ଡାକ୍ତରମାନଙ୍କ ସମର୍ଥନ ପାଇବାରୁ ଏବେ ସରକାରୀ ଏବଂ ଘରୋଇ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି।

https://www.onakhabar.com/2019/06/doctor-strick-continue-in-kolkata/

Leave A Reply

Your email address will not be published.