OnaKhabar

ମହିଳା ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଅଭିଯୋଗ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 0

କଟକ: ଜଣେ ମହିଳା ସାମ୍ବାଦିକଙ୍କୁ ତାଙ୍କ ଘର ବାହାରେ ବିଳମ୍ବିତ ରାତିରେ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଶ୍ରୀ ମହାନ୍ତିଙ୍କ ଭାଇ ଅନୁପ୍ରାସ କମେଣ୍ଟ ମାରିବା ଘଟଣାକୁ କେନ୍ଦ୍ର କରି ସାମ୍ବାଦିକା ଜଣକ ଅନୁଭବଙ୍କ ଘରକୁ ଯାଇଥିଲେ। ସେଠାରେ ଅନୁଭବ ଏଭଳି ଦୁର୍ବ୍ୟବହାର କରିଥିବା ଏତଲାରେ ଦର୍ଶାଯାଇଛି। ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଆସିଥିବା ଅଭିଯୋଗ ଘଟଣାକୁ ନେଇ ବଜେପିର ପ୍ରତିବାଦ । ଆଜି ଏନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଟକ ଗୌରୀଶଙ୍କର ପାର୍କ ସାମନାରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଯୁବ ମୋର୍ଚ୍ଚା ପକ୍ଷରୁ ସାଂସଦ ଅନୁଭବ ମହାନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବଜେପି ପକ୍ଷରୁ କୁହାଯାଇଛି ଅଭିଯୋଗ ଅନୁଯାୟୀ ସାଂସଦ ଅନୁଭବ ମହାନ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଯୁବ ମୋର୍ଚ୍ଚା । ଯଦି 24 ଘଣ୍ଟା ମଧ୍ୟରେ ସାଂସଦଙ୍କୁ ଗିରଫ ନ କରାଯିବ ତେବେ ଆଗାମୀ 24 ଘଣ୍ଟା ପରେ ସାରା ଓଡ଼ିଶାରେ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରର୍ଦଶନ କରାଯିବ ।

Leave A Reply

Your email address will not be published.