OnaKhabar

ଗ୍ରହରାଜ ରବି ଆସନ୍ତାକାଲି ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରିବେ

0 28

ଆସନ୍ତାକାଲି ଗ୍ରହମାନଙ୍କର ରାଜା ରବି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବର୍ତ୍ତନ କରୁଛନ୍ତି । ଏହା ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରିବେ । ୧ ମାସ ପର୍ଯ୍ୟନ୍ତ ଏହା ମିଥୁନ ରାଶିରେ ରହିବେ । ଜ୍ୟୋତିଷଙ୍କ ମତ ଅନୁସାରେ ଗ୍ରହରାଜ ରବି ଏହି ପରିବର୍ତ୍ତନ କରିବା ଯୋଗୁ ସବୁ ରାଶି ଉପରେ ପ୍ରଭାବ ପଡ଼ିବ । ଏହା କିଛି ରାଶିପାଇଁ ଶୁଭ ଅଛି ତ ଆଉ କିଛି ରାଶି ପାଇଁ ଅଶୁଭ ଅଛି । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କଣ ଅଛି ।
ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ । ଧନଲାଭ ହେବାର ଯୋଗ ଅଛି । ଅଳ୍ପ ପରିଶ୍ରମ କଲେ ବହୁତ ଫଳ ପାଇବାର ଯୋଗ ଅଛି ।
ବୃଷ: ରବି ବୃଷ ରାଶି ଛାଡ଼ିବା ଯୋଗୁ ଧନପ୍ରାପ୍ତି, ସମ୍ମାନ ପାଇବାର ସମ୍ଭାବନା ଅଛି । ଦୂରଯାତ୍ରା ମଧ୍ୟ କରିପାରନ୍ତି ।
ମିଥୁନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଶୁଭ ଅଟେ । ଶତ୍ରୁ ଆପଣଙ୍କଠାରୁ ଦୂରେଇ ଯିବେ । ପୁରୁଣା ସମସ୍ୟାର ସମାଧାନ ହେବ ।
କର୍କଟ: ଏହି ରାଶିର ବ୍ୟକ୍ତି ମିଶ୍ରିିତ ଫଳ ପାଇବେ । ଜମିଜମା, କୋର୍ଟକଚେରୀ ସମାଧାନ ଟିକିଏ ବିଳମ୍ବ ହୋଇପାରେ ।
ସିଂହ : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ । ପରିଶ୍ରମ ଅନୁସାରେ ଆଶାତୀତ ଫଳ ପାଇବେ । ମନୋରଂଜନ ଓ ଭ୍ରମଣର ଯୋଗ ଅଛି ।
କନ୍ୟା : ଏହି ରାଶି ବ୍ୟକ୍ତିଙ୍କର ଯେକୌଣସି କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁକୁ ପରାଜୟ କରିବାର ସଫଳତା ମିଳିବ ।
ତୁଳା : ପୁରୁଣା ପରମ୍ପରା ଛାଡ଼ି ଆଧୁନିକତା ଆଡକୁ ଗତି କରିବେ । ସଂଯମତା ରକ୍ଷା କରନ୍ତୁ । ନଚେତ ଅଯଥା ହଇରାଣରେ ପଡ଼ିବେ । ଧର୍ଯ୍ୟର ସହ କାମ କରନ୍ତୁ ସଫଳତା ପାଇବେ ।
ବିଛା: ଏହି ରାଶିର ବ୍ୟକ୍ତି ଅତି ଉତ୍ସାହିତ ହୋଇ କୌଣସି କାମ କରନ୍ତୁନାହିଁ ବା ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଧୀର ପାଣି ପଥର କାଟେ ନୀତିରେ କାମ କରନ୍ତୁ ।
ଧନୁ : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳ ମିଳିବ । ସରକାରୀ କାର୍ଯ୍ୟରେ ସଫଳତା ପାଇବେ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ ।
ମକର : ବିଗିଡି ଯାଇଥିବା କାମ ସୁଧୁରିଯିବ । ନୂତନ କାର୍ଯ୍ୟରେ ହାତ ବଢ଼ାନ୍ତୁ । ଆଗକୁ ବହୁ ସମସ୍ୟାରୁ ମୁକ୍ତ ପାଇବାର ସମ୍ଭାବନା ଅଛି ।
କୁମ୍ଭ : ବର୍ତ୍ତମାନ ନୂତନ ଯାନ, ଜମି କ୍ରୟ କରିବାର ସୁଯୋଗ ଅଛି । ସେୟାର ମାର୍କେଟରେ ନିବେଶ କରିବାର ସମୟ । ଭବିଷ୍ୟତ ପାଇଁ ଚିନ୍ତା ଏହିମାସରେ ହିଁ କରିନିଅନ୍ତୁ ।
ମୀନ : ଆପଣଙ୍କର କର୍ମ ଅନୁସାରେ ଫଳ ପାଇବେ ନାହିଁ । ମନ ଭିତରେ ଭୟ ସଂଚାର ହେବ । କାର୍ଯ୍ୟରେ ସଫଳତା ମିଳିବାରେ ବିଳମ୍ବ ହେବ । ଧର୍ଯ୍ୟର ସହ କାମ କରନ୍ତୁ ସଫଳତା ପାଇବେ ।

Leave A Reply

Your email address will not be published.