OnaKhabar

ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହକୁ କାନ୍ଧରେ ବୋହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଲେ ପରିବାରଲୋକ

0 16

ବାରିପଦା : ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ପରିବାର ଲୋକେ ମୃତଦେହକୁ କାନ୍ଧରେ ବୋହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ମୃତଦେହ ରଖି ଧାରଣାରେ ବସିଛନ୍ତି ପରିବାର ଲୋକ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ବାଙ୍ଗି ମୁର୍ମୁ ନାମରେ ଜଣେ ମହିଳା ଗତକାଲି ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ମୃତ୍ୟୁ ପରେ ବି ମହାପ୍ରୟାଣ ଗାଡି ନଦେବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଏହାପରେ ପ୍ରସୂତିଙ୍କ ମୃତଦେହକୁ କାନ୍ଧରେ ବୋହି ଦୁଇ କିଲୋମିଟର ବାଟ ଚାଲି ଚାଲି ପରିବାର ଲୋକ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ଆସିଥିଲେ । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଗେଟ୍ ଭିତରେ ପୋଲିସ ପଶିବାକୁ ନଦେବାରୁ ପରିବାର ଲୋକ ଗେଟ୍ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି।

Leave A Reply

Your email address will not be published.