OnaKhabar

ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦୀ

0 42

ବିସ୍କେକ୍: କିର୍ଗିଜସ୍ଥାନର ରାଜଧାନୀ  ବିସ୍କେକରେ ଚାଲିଥିବା ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରେ  ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାକିସ୍ତାନର ନାଁ ନ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ମୋଦୀ ।  ସର୍ବଦା ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ପାକିସ୍ତାନକୁ ପରୋକ୍ଷ ଭାବେ ଟାର୍ଗେଟ କରିବା ସହ ସମର୍ଥିତ ରାଷ୍ଟ୍ରମାନଙ୍କୁ ଆତଙ୍କବାଦ ଖିଲାପରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ସଂଘାଇ ସହଯୋଗ ଗଠନ ସମିତିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କୁ ମୋଦୀ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଦେଇଥିଲେ ।
ସେ ପୁଣି କହିଛନ୍ତି ଯେ, ଆତଙ୍କବାଦର ସମର୍ଥନ, ପ୍ରୋସ୍ଥାହନ ଓ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ରାଷ୍ଟ୍ରକୁ ଦାୟୀ କରିବା ଉଚିତ୍ । ଏହା ସହ ସମସ୍ତେ ଏକତ୍ରିତ ହୋଇ ଆତଙ୍କବାଦକୁ ପ୍ରେତ୍ସୋହନ କରୁଥିବା ରଷ୍ଟ୍ରକୁ ମୂଳପୋଛ କରିବା ଉଚିତ । ସେ ଟେରୋରିଜମ୍ ସୋସାଇଟିର ଆହ୍ୱାନ ଦେଇ କହିଛନ୍ତି ଯେ, କିପରି ଭାବେ ଶ୍ରୀଲଙ୍କା ଯାଇଥିବା ବେଳେ ସେ ସେଠାରେ ଆତଙ୍କବାଦର ଭୟାବହତା ଦେଖିଆସିଛନ୍ତି । ତେଣୁ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦୀ ।

Leave A Reply

Your email address will not be published.