OnaKhabar

ସୁରକ୍ଷାବଳଙ୍କ ଗୁଳିମାଡ଼ରେ ଗଡ଼ିଲା ୨ ଆତଙ୍କବାଦୀଙ୍କ ମୁଣ୍ଡ

0 51

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଛକାପଞ୍ଝା ଜାରି ରହିଛି | ଗୁରୁବାର ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିବାବେଳେ ଆଜି ବ୍ରୋବାନ୍ଦିନାରେ ସୁରକ୍ଷାବଳଙ୍କ ଗୁଳିମାଡ଼ରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି | ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଗାତାର ଭାବେ ଗୁଳିବିନିମୟ ଲାଗିରହିଛି । ଆଜି ଏହି ଗୁଳିବିନିମୟ ପୁଲୱାମାରେ ବ୍ରୋବାନ୍ଦିନା ଅଞ୍ଚଳରେ ହୋଇଥିଲା ।

ଶୁକ୍ରବାର ପୁଲୱାମାରେ ସୁରକ୍ଷାବଳ ହିଜବୁଲ୍ ମୁଜାହିଦ୍ଦୀନର ଡେପୁଟି ମୁଖ୍ୟ ସେଫୁଲ୍ଲାକୁ ଘେରି ଦିଆଗଲା । ସୁରକ୍ଷାବଳ ଅପରେସନ୍ କରି ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରିବା ସହ ଗୁଳି ଚାଳନା କରିଥିଲେ । ଯେଉଁ ଘରେ ଆତଙ୍କବାଦୀ ଲୁଚିଥିଲେ ଉକ୍ତ ଘର ଉପରକୁ ଗୁଳି ଚାଳନା କରିବା ଦ୍ୱାରା ଘରେ ନିଆଁ ଲାଗିଯାଇଥିଲା | ଫଳରେ ଆତଙ୍କବାଦୀମାନେ ବାହାରକୁ ଦୌଡିଥିଲେ । ଏହି ସମୟରେ ସୁରକ୍ଷାବଳଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଆତଙ୍କବାଦୀଙ୍କ ବିପକ୍ଷରେ ସୁରକ୍ଷାବଳ ଅପରେସନ୍ ଅଲଆଉଟ୍ ଚାଲୁ ରଖିଛି । ଚଳିତବର୍ଷ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିଛନ୍ତି ସେନା । ମଙ୍ଗଳବାର ସୋପୋରରେ ଜଣେ ଆତଙ୍କବାଦୀକୁ ସୁରକ୍ଷାବଳ ମାରି ଗଡାଇଥିଲେ ।

Leave A Reply

Your email address will not be published.