OnaKhabar

ଦୁଖଦଃ ଘଟଣା : ୩ ଝିଅଙ୍କୁ ପିଟି ମାରିବା ପରେ ବାପାର ଆତ୍ମହତ୍ୟା

0 26

କେନ୍ଦୁଝର : ରଜରେ ଘଟିଛି ଅତି ଦୁଖଦଃ ଘଟଣା | ରଜରେ ଝିଅଙ୍କୁ ଖୁଶି ଦେବା ବଦଳରେ ବାପା ନିଜର ୩ ନାବାଳିକା ଝିଅକୁ ପିଟି ପିଟି ମାରିଦେଇଛି | କେବଳ ଏତିକି ନୁହେ ଝିଅମାନଙ୍କୁ ହତ୍ୟା କରିବା ପରେ ବାପା ନିଜେ ମଧ୍ୟ ଆତ୍ମହତ୍ୟା କରିଛି | ଏହି ଘଟଣା ଘଟିଛି ଆନନ୍ଦପୁର ଥାନାର ଉଲିବସା ଗାଁରେ |

ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦପୁର ଥାନା ଠାରୁ ପ୍ରାୟ ୪୦ କିମି ଦୂରରେ ଥିବା ଉଲିବସା ଗାଁରେ ଏଭଳି ଦୁଖଦଃ ଓ ହୃଦୟସ୍ପର୍ଶୀ ଘଟଣା ଘଟିଛି | କୌଣସି କାରଣ ନେଇ ବାପା ତାର ୩ ଝିଅ ଯେଉମାଙ୍କ ବୟସ ୬ ରୁ ୯ ବର୍ଷ ହେବ ସେମାନଙ୍କୁ ପିଟି ମାରିଦେଇଛି | ଝିଅଙ୍କୁ ମାରିବା ପରେ ବାପା ବି ଆତ୍ମହତ୍ୟା କରିଛି | ଲୋକଙ୍କ କହିବା ଅନୁସାରେ ଦୁର୍ଗା ସିଦ୍ଧୁ ନାମକ ଏହି ବ୍ୟକ୍ତି ତାଙ୍କର ପତ୍ନୀଙ୍କ ମୃତ୍ୟୁବରଣ କରିବା ପରେ ମାନସିକ ଭାରସାମ୍ୟ ହରାଇଥିଲେ । ସ୍ତ୍ରୀଙ୍କ ପରେ ଦୁର୍ଗା ନିଜର ତିନି ଝିଅଙ୍କୁ ଲାଳନ ପାଳନ କରୁଥିଲେ । ଗାଁ ଲୋକେ ଘର ଭିତରୁ ଝିଅମାନଙ୍କ ରକ୍ତାତ ଶରୀର ପଡି ରହିଥିବା ଦେଖିବା ପରେ ପୁଲିସକୁ ଖବର ଦେଇଛନ୍ତି | ହତ୍ୟା ପଛର ପ୍ରକୁତ କାରଣ ଜଣାପଡିନାହିଁ |

Leave A Reply

Your email address will not be published.