OnaKhabar

ବିଶ୍ୱକପ ୨୦୧୯: ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଇଂଲଣ୍ଡ

0 14

ସାଉଥଆମ୍ପଟନ : ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ୧୯ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ ମୁକାବିଲାରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ୩ଟି ମ୍ୟାଚ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ ତାର ୩ଟି ମ୍ୟାଚରେ ଗୋଟିଏ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବାତିଲ ସହିତ ମୋଟ ୩ ପଏଣ୍ଟ ପାଇ ଟେବୁଲର ୬ ନମ୍ୱର ସ୍ଥାନରେ ରହିଛି ।

https://www.onakhabar.com/2019/06/sikhar-will-not-play-for-3-weeks/

Leave A Reply

Your email address will not be published.