OnaKhabar

ଗୁରୁଦ୍ୱାରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

35

ଭୁବନେଶ୍ୱର : ଗତ କଲି ରାତିରେ ଭୁବନେଶ୍ୱର ୟୁନିଟ୍ ୩ ଅନ୍ତର୍ଗତ ଖାରବେଳ ନଗରରେ ଥିବା ଏକ ଗୁରୁଦ୍ୱାରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ସୂଚନାନୁସାରେ, ନୟାଗଡ ଚମ୍ପାଗଡ ଅଂଚଳର ସୁବାସ ନାୟକ ଖାରବେଳ ନଗରରେ ଥିବା ଏକ ଗୁରୁଦ୍ୱାରରେ ଗତ ଏକ ବର୍ଷ ଧରି କାମ କରୁଥିଲେ । ଗତକାଲି ରାତିରେ ଗୁରୁଦ୍ୱାରରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ କେହି ହତ୍ୟା କରିଥିବା ସୁବାସଙ୍କ ପିତା ଦୁଃଶାସନ ନାୟକ ଅଭିଯୋଗ କରିଛନ୍ତି । ଖାରବେଳ ନଗର ପୋଲିସ ମୃତଦେହକୁ ଜବତ କରିବା ସହ ଖୋଲତାଡ ଆରମ୍ଭ କରିଛି ।

ପୁଲିସ ସୂଚନା ମୁତାବକ, ଦୁଃଶାସନ ଦୀର୍ଘ ଦିନ ହେବ ଗୁରୁଦ୍ବାରରେ ସହାୟକ ଭାବେ କାମ କରିଆସୁଛନ୍ତି। ଦେଢ଼ବର୍ଷ ହେଲା ତାଙ୍କ ପୁଅ ସୁବାସ ଏଠାରେ ସୁଇପର୍‌ ଭାବେ କାମ କରୁଥି‌‌ଲେ। ତାଙ୍କର ଦୁଇ ଭାଇ ବିବାହିତ ଓ ନିଜ ନିଜର ପରିବାର ପ୍ରତି‌ପୋଷଣ କରୁଛନ୍ତି। ତିନି ଭଉଣୀ ମଧ୍ୟ ବିବାହ କରି ସାରିଛନ୍ତି। ଏଣୁ ବାପା ଓ ମା’ଙ୍କ ସହ ରହୁଥିବା ସୁବାସ ଘର ଚଳାଉଥିଲେ। ଆଜି ସକାଳ ୭ଟା ବେଳେ ସୁବାସଙ୍କ ଡ୍ୟୁଟି ଆରମ୍ଭ ହୋଇଥିଲା। ଦୁଃଶାସନ ୮ଟା ବେଳେ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ସୁବାସଙ୍କୁ ଦେଖିଥିଲେ। ତେବେ ପାଖାପାଖି ୬ ଘଣ୍ଟା ପରେ ସୁବାସ ଆତ୍ମହତ୍ୟା କରିଥିବା ଗୁରୁଦ୍ବାରରୁ ଖବର ଯାଇଥିଲା। ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ରୁମ୍‌ରେ ଏକ ଲୁଗାରେ ପୁଅର ଶବ ଫ୍ୟାନ୍‌ରେ ଝୁଲୁଥିବା ଦୁଃଶାସନ ଦେଖିବାକୁ ପାଇଥିଲେ।

https://www.onakhabar.com/2019/06/husband-killed-wife-2/