OnaKhabar

ପତଳା ହେବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ଖାଆନ୍ତୁ ତୁଳସୀ ମଞ୍ଜି

0 29
ଭୁବନେଶ୍ୱର: ଓଜନ ବଢ଼ିବା ବା ମୋଟା ହେବା ଆଜିକାଲି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ତେବେ ମୋଟା ହେବା ଦ୍ୱାରା ବହୁ ରୋଗରେ ମାଡି ଆସିଥାଏ । ଲୋକମାନେ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁତ କିଛି କୌଶଳ ଅବଲମ୍ବନ କରିଥାଆନ୍ତି । ଆପଣ ଜାଣିଛନ୍ତି କି ତୁଳସୀ ମଞ୍ଜି ଆପଣଙ୍କ ଓଜନ କମାଇବା ସହ ମୋଟାପଣ ମଧ୍ୟ ରୋକିବାରେ ବହୁତ ସାହଯ୍ୟ କରିଥାଏ ।

୧. ଆମେ ଏଠାରେ ଆପଣ ଯେଉଁ ତୁଳସୀ ପୂଜା କରନ୍ତି ସେ ବିଷୟରେ କଥା କହୁନାହୁଁ । ଏହା ଏକ ଅଲଗା ରକମ କିଷମର ତୁଳସୀ ଅଟେ । ଏହା ସ୍ୱାଦରେ ହାଲକା ମିଠା ହୋଇଥାଏ । ଏହି ତୁଳସୀକୁ ଦେଶ ଓ ବିଦେଶରେ ବ୍ୟବହାର କରାଯାଇଥାଏ । ଆଉ ଏହାକୁ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହି ତୁଳସୀରେ ଭିଟାମିନ-କେ, ଆଇରନ ସହ ଆଟିଂ ଅକ୍ସିଡାଟଂ ରହିଥାଏ ।
୨. ଏହି ତୁଳସୀ ମଞ୍ଜି ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଫାଇଦା ମଧ୍ୟ ମିଳିଥାଏ । ଏହା ବ୍ଲଡ ସୁଗାରକୁ କମ ମଧ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଆମର କେଶ ଓ ତ୍ୱଚା ପାଇଁ ବହୁତ ଉପକାରି ହୋଇଥାଏ । ଏହା ଓଜନ କମାଇବା ପାଇଁ ବହୁତ ସାହଯ୍ୟ କରିଥାଏ । ଏହାକୁ ଆପଣ ସଠିକ ଢ଼ଙ୍ଗରେ ଖାଇବା ଦରକାର ।
୩. ତୁଳସୀ ମଞ୍ଜିକୁ ଗୋଟିଏ କପ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ଆଉ ଏହାକୁ ସକାଳୁ ଉଠି ଖାଆନ୍ତୁ । ଖାଇବା ସହ ଭିଜା ହୋଇଥିବା ପାଣିକୁ ମଧ୍ୟ ପିଅନ୍ତୁ । ଏହାକୁ ଆପଣ ଯେକୌଣସି ଖାଦ୍ୟରେ ମଧ୍ୟ ପକାଇ ଖାଇପାରିିବେ ।
୪. ଏଥିରେ ଫାଇବର ଅଧିକ ମାତ୍ରରେ ରହିଥାଏ । ଆଉ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ଧରି ଆଉ ଭୋକ ହୋଇ ନଥାଏ ।
୫.ତୁଳସୀରେ ଅଲ୍ଫା ଲିନୋଲେନିକ ଏସିଡ ରହିଥାଏ । ଯାହା ଆମ ଶରୀରକୁ ମୋଟା କରିବାରୁ ରକ୍ଷା କରିଥାଏ ।

Leave A Reply

Your email address will not be published.