OnaKhabar

ଘରୋଇ ଉପାୟରେ କେମିତି ମିଳିବ ଏସିଡିଟିରୁ ମୁକ୍ତି…

0 17

ଦୈନନ୍ଦିନ ଜୀବନରେ ବର୍ତ୍ତମାନ ଏସିଡିଟି ଏକ ମୁଖ୍ୟ ସମସ୍ୟା ରୂପେ ପରିଲକ୍ଷିତ ହେଉଛି । ଏହାର ମୁଖ୍ୟ କାରଣ ହେଉଛି କାର୍ଯ୍ୟବ୍ୟସ୍ତ ଜୀବନ । ଲୋକମାନେ କର୍ମକ୍ଷେତ୍ରରେ ଏତେ ବ୍ୟସ୍ତ ଯେ ଠିକ ସମୟରେ ଖାଦ୍ୟପେୟ ପାଇଁ ସେମାନେ ସମୟ ବାହାର କରି ନ ପାରିବା, ଠିକ ସମୟରେ ନ ଶୋଇବା, ଟେନସନରେ ରହିବା, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ପିଇବା ଆଦି ମୁଖ୍ୟ କାରଣ ହୋଇଥାଏ ।
ଏହି ଏସିଡିଟିର କିଛି ଘରୋଇ ଉପଚାର ଅଛି । ଆସନ୍ତୁ ଜାଣିବା ଏହି ଉପଚାର ଗୁଡ଼ିକ ବିଷୟରେ-
୧. ଥଣ୍ଡାକ୍ଷୀର-ଥଣ୍ଡା କ୍ଷୀର ପିଇବା ଦ୍ୱାରା ମିଳିଥାଏ ଏସିଡିଟି ଓ ଜଳାପୋଡ଼ାରୁ ତୁରନ୍ତ ମୁକ୍ତି । ଏହାଛଡ଼ା କ୍ଷୀରରେ କ୍ୟାଲସିୟମ ଅଧିକ ପରିମାଣରେ ରହିଥିବା ହେତୁ ଏହା ଶରୀରର ଆରାମ ଦେଇଥାଏ ।
୨. ପାନମଧୁରୀ- ପାନମଧୁରୀ ସାଧାରଣତଃ ଖାଦ୍ୟ ପାଚନରେ ସାହାଯ୍ୟ କରିଥାଏା ଖାଦ୍ୟ ଖାଇବାର କିଛି ସମୟ ପରେ ପାନମଧୁରୀ ସହିତ ଅଳ୍ପ ଚିନି ମିଶାଇ ଖାଇଲେ ଖାଦ୍ୟ ସଠିକ ରୂପେ ପଚନ ହେବା ସହ ଏସିଡିଟି ହେବାର ସମ୍ଭାବନାକୁ ମଧ୍ୟ କମ କରିଥାଏ ।
୩.ତୁଳସୀପତ୍ର- ଶରୀରରେ ଏସିଡିଟିର ମାତ୍ରା କମାଇବାରେ ତୁଳସୀ ପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ ।
୪.ଲବଙ୍ଗ-ଲବଙ୍ଗ କେବଳ ମସଲା ରୂପେ ବ୍ୟବହାର କରାଯାଏ ତାହା ଭାବିବା ଭୁଲ, ଶରୀରରେ ଏସିଡିଟିକୁ ତୁରନ୍ତ କମ କରିବା ପାଇଁ ଲବଙ୍ଗକୁ ବ୍ୟବହାର କରାଯାଇଥାଏା

Leave A Reply

Your email address will not be published.