OnaKhabar

ଜମିବାଡି ବିବାଦ: ଭାଇବୋହୁକୁ ହାଣିଲା ଦେଢଶୂର

0 41

ନିଆଳି: ରାଜ୍ୟରେ ଦିନକୁ ଦିନ ଅତି ଅମାନୁଷିକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି | ଜମିବାଡି ବିବାଦକୁ କେନ୍ଦ୍ର କରି ଭାଇବୋହୁଙ୍କୁ ତାଙ୍କ ଦେଢଶୂର ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି | ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗ ଗ୍ରାମରେ ଘଟିଛି | ଆହତ ମହିଳା ଜଣଙ୍କ ଦମ୍ୱିନୀ ବାରିକ । ଅଭିଯୁକ୍ତ ଜଣଙ୍କ ହେଲା ଗଣେଶ୍ୱର ବାରିକ । ସୂଚନାନୁଯାୟୀ, ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ । କାଦମ୍ବିନୀଙ୍କ ମୁହଁ ଓ ବେକରେ ଆଘାତ ଲାଗିଛି । ଗଣେଶ ଫେରାର ହୋଇଯାଇଛନ୍ତି । ଜମିବାଡ଼ିକୁ ନେଇ ଗଣେଶ ଓ ତାଙ୍କ ସାନ ଭାଇ ଯୋଗେଶ୍ୱରଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି । ଏନେଇ ନିଆଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଦେଢଶୁରଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

https://www.onakhabar.com/2019/06/group-clashes-at-balesore/

Leave A Reply

Your email address will not be published.