OnaKhabar

ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

0 0

ଟଣ୍ଟନ: ୨୦୧୯ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରି ବିଜୟଧାରାକୁ ଫେରିଛି।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଛି। ଟିମ୍ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍, ୧୧ ଚୌକା, ୧ ଛକା) ଓ ଫିଞ୍ଚ୍ ୮୨ (୮୪ ବଲ, ୬ ଚୌକା, ୪ ଛକା) ରନ୍ କରିଥିଲେ। ଜବାବରେ ପାକିସ୍ତାନ ୪୫.୪ ଓଭରରେ ୨୬୬ ରନ୍ କରି ଅଲଆଉଟ୍ ହୋଇଛି।
୩୦୭ରନର ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ଫକର ଜମାନ୍ ଖାତା ଖୋଲିବା ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ଇମାମ୍-ଉଲ୍-ହକ୍ (୫୩) ଅର୍ଦ୍ଧଶତକ ମାରିଥିବା ବେଳେ ମଧ୍ୟକ୍ରମରେ ବାବର ଆଜମ (୩୦), ମହମ୍ମଦ ହଫିଜ୍ (୪୬) ଭଲ ବ୍ୟାଟିଂ କରିôତଲେ। କିନ୍ତୁ ଅଭିଜ୍ଞ ଶୋଏବ ମଲିକ୍ (୦) ଓ ଆସିଫ୍ ଅଲୀ (୫) ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।
ହାସାନ୍ ଅଲୀ ଓ ୱହାବ ରିଆଜ ଦ୍ରୁତ ରନ୍ କରି ଟିମ୍ ପାଇଁ ଲଢ଼ିଥିଲେ ହେଁ, ତାହା ଯଥେଷ୍ଟ ହୋଇନଥିଲା। ହାସାନ୍ ୧୫ ବଲରେ ୩ ଚୌକା ଓ ୩ ଛକା ସହ ୩୨ ଓ ରିଆଜ ୩୯ ବଲରେ ୨ ଚୌକା ଓ ୩ ଛକା ସହ ୪୫ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ଟିମକୁ ଜିତାଇପାରି ନଥିଲେ। ସର୍ଫରାଜ ୪୮ ବଲରେ ୪୦ ରନ୍ କରି ରନଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୩ଟି, ମିଚେଲ୍ ଷ୍ଟାର୍କ ଓ କେନ୍ ରିଚାର୍ଡସନ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।ହାବ ରିଆଜ ଓ ହଫିଜ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Leave A Reply

Your email address will not be published.