OnaKhabar

ଉତ୍ତରପ୍ରଦେଶରେ କାଳବୈଶାଖୀର ତାଣ୍ଡବ, ଶିଶୁ ଓ ମହିଳାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ସୂଚନା

0 16

ଉତ୍ତର ପ୍ରଦେଶ: ରାଜ୍ୟ ଓ ରାଜ୍ୟ ବାହାରେ କାଳବୈଶାଖୀର ତାଣ୍ଡବ ହେଉଥିବାର ଦେଖିବାକୁ ମିଳୁଛି | ବୁଧବାର ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଥିବା ବେଳେ ଉତ୍ତର ପ୍ରଦେଶରେ ମଧ୍ୟ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି | ଧୂଳି ଝଡ଼ ସହ ବର୍ଷାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ବୁଧବାର ରାଜ୍ୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବହୁତ ଗଛ ଉପୁଡ଼ି ଯାଇଥିବାବେଳେ କିଛି ସ୍ଥାନରେ ଘରର ଆଜ୍‌ବେଷ୍ଟସ୍‌ ଉଡ଼ିଯାଇଛି । ଏହା ସହିତ ବିଦ୍ୟୁତ ସଂଯୋଗ ମଧ୍ୟ କଟିଯାଇଛି । ଏହି ଝଡ଼ରେ ୧୭ ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । ବଜ୍ରାଘାତ ଓ ଗଛ ପଡ଼ିବା କାରଣରୁ ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସିଦ୍ଧାର୍ଥନଗରରେ ଶ୍ରମିକ ରହୀମ, ବୃଜଭାନ ଯାଦବ, ବିଶାଲ, ବୁଧନା, ଶୁଭମ, ଇସରାବତୀ, ଝିନକୁ ଆଦି ବ୍ୟକ୍ତିଙ୍କ ପରିଚୟ ମିଳି ପାରିଥିବାବେଳେ କିଛି ଲୋକଙ୍କର ପରିଚୟ ମିଳି ପାରି ନାହିଁ । ମୃତକଙ୍କ ମଧ୍ୟ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ଏହା ସହିତ ବହୁତ ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

https://www.onakhabar.com/2019/06/cyclone-vayu-may-hit-gujarat-coast-today/

 

Leave A Reply

Your email address will not be published.