OnaKhabar

ରଥଖଳା ଚଳଚଞ୍ଚଳ, ତିନି ରଥର ଚକଡେରା

0 23

ପୁରୀ: ଘୋଷ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ରଥଖଳାରେ ରଥ ଚକ ନିର୍ମାଣକୁ ଶେଷ ସ୍ପର୍ଶ ଦିଆଯାଇଛି। ଚକ ନିର୍ମାଣ ସରିବା ପରେ ତିନି ରଥର ମୋଟ ୪୨ ଚକ ଡେରା ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ୧୪ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ (ଦର୍ପଦଳନ) ରଥର ୧୨ ଚକ ଡେରା ଯାଇଛି। ଏଥି ସହିତ ଅଖଚକ ସଂଯୋଗ କରାଯାଇଛି। ଆଜି ତିନି ରଥର ମୁହାଁଟି ବାଡିଆ କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଷ୍ଠାର ସହିତ ‌ରଥ ନିର୍ମାଣ କାମକୁ ଜାରି ରଖିଛନ୍ତି।
ଏପଟେ ଲାଗିରହିଥିବା ବିବାଦର ଅଂଟା ଘଟିଛି |ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧା ପ୍ରସାରଣ ସୁବିଧା ସମସ୍ତ ଟେଲିଭିଜନ୍‌ ଚ୍ୟାନେଲ୍‌ଙ୍କୁ ମିଳିବ। ଟିଭି ପ୍ରସାରଣକୁ ନେଇ ସବୁ ଆଡୁ ବିରୋଧ ଉଠିବା ପରେ ପ୍ରବଳ ଚାପର ବଶବର୍ତ୍ତୀ ହୋଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତିରୁ ଓହରିଯାଇଛି। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବ। କୌଣସି ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ ନୁହେଁ, ବରଂ ସମସ୍ତ ଟିଭି ଚ୍ୟ‌ାନେଲ୍‌ ଏହି ସୁବିଧା ପାଇବେ। ଶ୍ରୀମନ୍ଦିର ପ୍ରଶାସନ ରାଜସ୍ବ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସିଧା ପ୍ରସାରଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ଗତକାଲି ଟେଣ୍ଡର ଆବେଦନପତ୍ର ଆସିବା ପରେ ବଜାର ଦର ସଂପର୍କରେ କିଛି ଧାରଣା ଆସିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ପ୍ରମୁଖ ଟିଭି ଚ୍ୟାନେଲ୍‌ ମୁଖ୍ୟଙ୍କ ସହିତ ଏକ ମିଳିତ ବୈଠକ ଡକାଯାଇ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି |

Leave A Reply

Your email address will not be published.