OnaKhabar

ପାକିସ୍ତାନର ବାୟୁ କ୍ଷେତ୍ର ବ୍ୟବହାର କରିବେ ନାହିଁ ମୋଦି

57

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ସମିତିରେ ଭାଗ ନେବା ପାଇଁ ବିଶ୍କେକ ଯାତ୍ରା କରିବେ କିନ୍ତୁ ସେ ପାକିସ୍ତାନର ବାୟୁ କ୍ଷେତ୍ର ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତ | ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, କେନ୍ଦ୍ର ସରକାର ମୋଦିଙ୍କ ବିମାନ ପାଇଁ ଦୁଇଟି ବିକଳ୍ପ ରୁଟ ତିଆରି କରିବା ପାଇଁ ବିଚାର କରୁଛି । ଏବେ ନିଷ୍ପତି ହୋଇ ସାରିଛି କି, ମୋଦୀଙ୍କ ବିମାନ ପାକିସ୍ତାନର ବାୟୁ କ୍ଷେତ୍ର ଦେଇ ନଯାଇ ଇରାନ ଏବଂ ମଧ୍ୟ ଏଶିଆ ଦେଶ ଦେଇ କିର୍ଗିସ୍ଥାନର ରାଜଧାନୀ ବିଶ୍କେକ ଯାତ୍ରା କରିବ । ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ଏୟାର ସ୍ପେସ ଯିବା ପାଇଁ ଅନୁମତି ଦେଇଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଏହି ସପ୍ତାହରେ ଆୟୋଜିତ ସଙ୍ଘୀୟ ସହେଯାଗୀ ସଙ୍ଗଠନ ଏସସିଓ ବୈଠକରେ ଭାଗ ନେବା ପାଇଁ କିର୍ଗିଜସ୍ଥାନର ବିଶ୍କେକ ଗସ୍ତ କରିବେ । ଭାରତ ଏହି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ବିମାନ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ଜୁନ ୧୩-୧୪ରେ ବୈଠକର ଆୟୋଜନ ହେବାକୁ ଯାଉଛି । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ ।
ଉଲ୍ଲେଖନୀୟ, ବାଲାକୋଟରେ ଫେବୃଆରୀ ୨୬ରେ ଜୈଶ-ଏ-ମହମ୍ମଦର ଆତଙ୍କୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ପାକିସ୍ତାନ ନିଜର ବାୟୁକ୍ଷେତ୍ର ସମ୍ପୁର୍ଣ୍ଣ ରୂପରେ ବନ୍ଦ କରିଦେଇଛି । ଏବେ ପାକିସ୍ତାନ ୧୧ଟି ଏୟାର ରୁଟ ତୁଳନାରେ ୨ଟି ରୁଟ ଖୋଲାଯାଇଛି ।

https://www.onakhabar.com/2019/06/mantirparisada-meeting-today/