OnaKhabar

ତାତିରେ ଆହୁରୁ ତିନିଦିନ ଭାଜି ହେବ ରାଜ୍ୟ, ୧୭ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି

46

ଭୁବନେଶ୍ୱର: ସାରା ରାଜ୍ୟ ଏବେ ତାତିରେ ଭାଜି ହେଉଥିବା ବେଳେ ଆହୁରି ତିନିଦିନ ଏହି ତାତି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି | ତେବେ ଏହି ତାତି ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରାରେ ଅସ୍ତବ୍ୟସ୍ତ ହୋଇଗଲାଣି ସାରା ରାଜ୍ୟବାସୀ | ଆଜି ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହିଛି । ଏହି ସ୍ଥିତିକୁ ନଜରରେ ରଖି ୧୭ଟି ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ ସମେତ ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ବରଗଡ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଖୋର୍ଧା, ଭଦ୍ରକ ଏବଂ ନୂଆପଡାରେ ଏହି ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଆସନ୍ତା ୩ଦିନ ଯାଏଁ ପ୍ରବଳ ତାତି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି ।
ତେବେ ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ତାତିକୁ ନେଇ ସାରା ରାଜ୍ୟ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନେକ ଜିଲ୍ଲାରେ ପାଣିର ମଧ୍ୟ ଅଭାବ ଦେଖିବାକୁ ମିଳୁଛି |

https://www.onakhabar.com/2019/06/imd-issues-alert-notice-to-12-districts-for-thunderstorm/