OnaKhabar

ବସ ଓଲଟି ଡ୍ରାଇଭର ମୃତ, ଛଅ ଆହତ

55

ଭଞ୍ଜନଗର: ରାଜ୍ୟରେ ପୁଣି ଘଟିଲା ଦୁର୍ଘଟଣା | ବସ ଓଲଟି ଡ୍ରାଇଭର ମୃତ ଓ ଆହତ ହେଲେ ଛଅ ଜଣ | ଏପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳର ବୁଢାମ୍ବ ଗାଁ ନିକଟରେ ଘଟିଛି |
ସୂଚନା ଅନୁସାରେ କନକ ଦୁର୍ଗା ନାମକ ଯାତ୍ରୀବାହୀ ବସ ଓଲଟି ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୬ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ପୋଲସରା ଅଞ୍ଚଳର ହର ପ୍ରସାଦ ପେଲେଇ । ସମସ୍ତ ଆହତମାନଙ୍କୁ କବିସୂର୍ଯ୍ୟନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଆଜି ସକାଳୁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅଂଚଳରେ ଏଭଳି ଏକ ଘଟଣା ଘଟିଥିଲା । ମଧ୍ୟପ୍ରଦେଶର ଉଜୈନରୁ ପିଆଜ ଓ ରସୁଣ ନେଇ ବାରିପଦା ଅଭିମୁଖେ ଯାଉଥିବା ଏକ ଟ୍ରକର ଚକା ଫାଟିଯିବାରୁ ଏହା ଓଲଟି ପଡ଼ିଥିଲା । ଯୁଯୁମୁରା ଥାନା ନିକଟ ଭୀମଖୋଜରେ ଏହି ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ଟ୍ରକର ଚାଳକ ଦିନେଶଙ୍କର ମୃତ୍ୟୁ ଘଟିଥିଲା । ଦିନେଶଙ୍କ ଘର ମଧ୍ୟପ୍ରଦେଶର ଉଜୈଜ ଜିଲ୍ଲାର ବିନ୍ନାନପୁର ବୋଲି ସୂଚନା ଦେଇଥିଲା ।

https://www.onakhabar.com/2019/06/road-accident-truck-driver-death/