OnaKhabar

ଗୁଜରାଟ ଉପକୂଳ ଅଭିମୁଖେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’

0 28

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ଉପକୂଳ ଅଭିମୁଖେ ମାଡ଼ି ଆସୁଛି । ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟାକୁ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବ। ପୋରବନ୍ଦର ଓ ମହୁବା ମଧ୍ୟରେ ‘ବାୟୁ’ ଲ୍ୟାଣ୍ଡଫଲ୍ କରିପାରେ।
ପରିସ୍ଥିତିକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଅଫିସରମାନଙ୍କ ଛୁଟି ବାତିଲ କରି ଦିଆଯାଇଥିବା ବେଳେ ଯେଉଁ ୧୦ଟି ଜିଲ୍ଲାରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ସେଠାରେ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଉତ୍ତର ମହରାଷ୍ଟ୍ର ଉପକୂଳରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନଡିଆରଏଫ ଯବାନଙ୍କୁ ମୁତୟନ କରିଛନ୍ତି । ସେହିଭଳି ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସଜୀବୀଙ୍କୁ ବାରଣ କରିଛନ୍ତି । କାରଣ ବାତ୍ୟା ପୂର୍ବରୁ ସମୁଦ୍ରର ଢ଼େଉ ଉଚ୍ଚ ଦେଖାଯିବ ।

Leave A Reply

Your email address will not be published.