OnaKhabar

ଏକ ବନ୍ଦ ଘରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

0 20

ଭୁବନେଶ୍ୱର: ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଏପରି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିବାର ସୂଚନା ମିଳିଛି । ଛାତ୍ରଙ୍କ ପରିବାର କିନ୍ତୁ ଏହାକୁ ହତ୍ୟା ଅଭିଯୋଗ କରିଛନ୍ତି ।
ସୂଚନାନୁସାରେ, ଭୁବନେଶ୍ୱର ଧଉଳି ଥାନା ଶିଶୁପାଳଗଡ଼ର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ଏକ ବନ୍ଦ କଠୋରୀ ମଧ୍ୟରୁ ଛାତ୍ରଙ୍କ ମୃତଦେହ ଠାବ ହେବା ପରେ ଖବର ପାଇ ପୋଲିସ ପହଂଚି ଉଦ୍ଧାର ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତକ ହେଲା ଜଣେ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡ଼ିଛି । ସେ ନିଜ ସମ୍ପର୍କୀୟଙ୍କ ଘରେ ରହି ସ୍ଥାନୀୟ ଏକ ଘରୋଇ ହୋଟେଲ ମ୍ୟାନେଜମେଣ୍ଟ କଲେଜରେ ପାଠ ପଢୁଥିଲେ । । ପରିବାର ଲୋକ ପୁଅର ହତ୍ୟା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଯାଏଁ ଏହା ଏକ ଆତ୍ମହତ୍ୟା କି ହତ୍ୟା ଏହା ଜଣା ପଡିନାହିଁ |

https://www.onakhabar.com/2019/06/heat-wave-continue/

 

Leave A Reply

Your email address will not be published.