OnaKhabar

ଖଣି ଚୋରି କରିଥିବା ସମସ୍ତ ଖଣି ମାଲିକଙ୍କୁ ନିଲାମରେ ଅଂଶ ଗ୍ରହଣରୁ ବାଦ ଦିଅ- ଶ୍ରୀକାନ୍ତ ଜେନା

0 27

ଖଣି ଲିଜ, ଉତ୍ତୋଳନ, ପରିବହନ ଓ ବିଦେଶରୁ ରପ୍ତାନି । ଓଡିଆ ଉଦ୍ୟୋଗଙ୍କ ନିୟନ୍ତ୍ରଣରେ ରଖ ।
ଭୁବନେଶ୍ୱର: ଖଣି ନିଲାମ ସମ୍ପର୍କରେ ଖଣିମନ୍ତ୍ରୀଙ୍କ ବିବୃତ୍ତିରୁ ନିମୋକ୍ତ କେତୋଟି ପ୍ରଶ୍ନର ଉତ୍ତର ରାଜ୍ୟସରକାର ଜନସାଧାରଣଙ୍କ ନିକଟରେ ରଖନ୍ତୁ ।
୧. ଖଣିରୁ ସର୍ବାଧିକ ରାଜସ୍ୱ ଆସୁଥିବାରୁ ଖଣି ନିଲାମ ସମ୍ପର୍କୀୟ ନିୟାମାବଳୀକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ।
୨. ଣି ନିଲାମ ନ କରି ସମସ୍ତ ଖଣିକୁ ରାଜ୍ୟସରକାର ନିଜ ନିୟନ୍ତ୍ରଣରେ ରଖନ୍ତୁ ଯଦ୍ୱାରା ରାଜକୋଷକୁ ୧୦ ଗୁଣ ଅଧିକ ରାଜସ୍ୱ ଆସିପାରିବ ।
୩. ଯଦି ରାଜ୍ୟ ସରକାର ଖଣି ନିଲାମ କରିବା ପାିଁ ବଦ୍ଧପରିକର, ତେବେ
– ଯେଉଁ ଖଣି ମାଲିକ ମାନେ ଖଣିଚୋରୀ କରି ଧରାପଡି ଜୋରିନାମା (ଯାହାଙ୍କୁ ରାଜ୍ୟ ସରକାର ୫୦ ହଜାର କୋଟିଟଙ୍କା ଛାଡ କଲେ) ୧୮ ହଜାର କୋଟି ଟଙ୍କା ଦେଲେ ସେମାନଙ୍କୁ ଏହି ଖଣି ନିଲାମରେ ଅଂଶ ଗ୍ରହଣ କରିବାରୁ ବାଦ ଦିଆଯିବ ।
– ନିଲାମର ଅଂଶ ଗ୍ରହଣ ପାଇଁ ଚିହ୍ନିତ କଣି ଗୁଡିକର ନିକଟବର୍ତ୍ତୀ ଗ୍ରାମବାସୀ, ଏସଏଚଜି, ବେକାର ଯୁବକ ଯୁବତୀଙ୍କୁ କୋଅପରେଟିି କମ୍ପାନୀମାନଙ୍କ ମଧ୍ୟରେ ସୀମାବଦ୍ଧ ରଖାଯାଉ ।
୪. ସରକାରୀ ଓ ଘରୋଇ ସଂସ୍ଥା ମଧ୍ୟରେ ଚାଲିଥିବା ଖଣି ଗୁଡିକରେ ଖଣି ଉତ୍ତୋଳନ, ଖଣିଜ ଦ୍ରବ୍ୟର ପରିବହନ ଓ ବିଦେଶକୁ ରପ୍ତାନି କେବେଳ ଓଡିଆ ଉଦ୍ୟୋଗଙ୍କ ନିୟନ୍ତ୍ରଣରେ ରହୁ ।

ସମ୍ପତ୍ତି ଆମର- ମାଲିକ କିନ୍ତୁ ଅନ୍ୟାମାନେ, ଗରିବୀରେ ଆମେ ସଢିବୁ- ତୁମେ ହେବ କୋଟିପତି, ଏକଥା ହେବ ନାହିଁ ।

https://www.onakhabar.com/2019/06/patkura-election/

Leave A Reply

Your email address will not be published.