OnaKhabar

ଟିମ ଇଣ୍ଡିଆକୁ ଝଟକା, ବିଶ୍ୱକପରେ ଆଉ ସାମିଲ ହେବେନି ଧୱନ

0 17

ନୂଆଦିଲ୍ଲୀ: ବିଶ୍ୱକପ ଖେଳିବାକୁ ଯାଇଥିବା ଟିମ ଇଣ୍ଡିଆକୁ ମଳିଲା ଏକ ନୂଆ ଝଟକା | ତିନି ସପ୍ତାହ ପାଇଁ ଖେଳିବେନି ଭାରତର ଦମଦାର ବ୍ୟାଟ୍ସମ୍ୟାନ ଶିଖର ଧାୱନ | ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କୁ ହାତରେ ଆଘାତ ଲାଗିଥିଲା | ଆଜି ତାଙ୍କର ସ୍କାନ କରାଯିବା ପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି | ରବିବାର ଦିନ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆକୁ ବିଜୟ ଦେଇଥିବା ଶିଖର ଧାୱନ ବୋଲର ନାଥନ କୁଲଟରଙ୍କ ବଲରେ ଆହତ ହୋଇଥିଲେ | ତଥାପି ଦମଦାର ରନ ସଂଗ୍ରହ କରି ଭାରତକୁ ବିଜୟ କରିଥିଲେ | ତେବେ ତାଙ୍କର ଏପରି ଅନୁପସ୍ଥିତି କ୍ରିକେଟ ଟିମର କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା |

 

Leave A Reply

Your email address will not be published.