OnaKhabar

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ କେ. ସୁରିଆ ରାଓ

0 23

ଭୁବନେଶ୍ୱର: ଶେଷରେ ଘୋଷଣା ଅନୁସାରେ କଂଗ୍ରେସ ଛାଡିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିଆ ରାଓ । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏ ସମ୍ପର୍କରେ ସେ ପିସିସିକୁୁ ମଧ୍ୟ ଜଣାଇ ଦେଇଛନ୍ତି । ସେ ଇସ୍ତଫା ସମ୍ପର୍କରେ ଦଳର କାର୍ଯ୍ୟଧାରାକୁ ଦାୟୀ କରିଛନ୍ତି । ଏଥର ନିର୍ବାଚନରେ ତାଙ୍କୁ ବିଳମ୍ଭରେ ଟିକେଟ ଦିଆଯିବା ତାଙ୍କ ପରାଜୟର ଏକ କାରଣ ବୋଲି ଦର୍ଶାଇଛନ୍ତି ।
ଶ୍ରୀ ରାଓ ଦର୍ଶାଇଛନ୍ତି ଯେ, ୨୦୧୪ ନିର୍ବାଚନରେ ଯେତେବେଳେ ଚାରିଆଡେ ନବୀନଙ୍କ ହାଓ୍ବା ଥିଲା ସେତେବେଳେ ପାରଳାଖେମୁଣ୍ଡିରେ ସେ ପ୍ରାର୍ଥୀ ଭାବେ ଜିତିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦଳ ତାଙ୍କୁ ଆଉ ଗୁରୁତ୍ୱ ଦେଇନଥିଲା । ଏଥର ନିର୍ବାଚନରେ ୬ମାସ ପୂର୍ବରୁ ଟିକେଟ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଦୁଇ ତିନି ଦିନ ଥିଲା ବେଳେ ତାଙ୍କୁ ଟିକେଟ ଦିଆଗଲା । ବିଳମ୍ବରେ ଟିକେଟ ଦିଆଯିବା ଯୋଗୁଁ ସେ ପ୍ରଚାରକୁ ଯାଇ ପାରିଲେ ନାହିଁ । ଏଥିପାଇଁ ସେ ପିସିସିକୁ ଦାୟୀ କରିଛନ୍ତି । ଏଥିସହ ନିର୍ବାନରେ ତାଙ୍କ ପାଇଁ ପ୍ରଚାର କରିବାକୁ କୌଣସି ଷ୍ଟାର ପ୍ରଚାରକ ଆସିଲେ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ବିଜେଡି ପାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତା ମାନେ ଆସିଥିଲେ । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଭାବେ ତାଙ୍କ ପାଇଁ ଦଳର କେହି ପ୍ରଚାର ପାଇଁ ଆସିଲେ ନାହିଁ ।
କୁହାଯାଉଛି ସେ ଖୁବ ଶୀଘ୍ର ବିଜେଡିରେ ଯୋଗ ଦେବେ । ଏନେଇ ସେ ସୋମବାର ଦଳୀୟ କର୍ମୀଙ୍କ ବୈଠକରେ ଆଲୋଚନା ପରେ ସୂଚନା ଦେଇଥିଲେ ।

https://www.onakhabar.com/2019/06/k-suria-rao/

Leave A Reply

Your email address will not be published.