OnaKhabar

ଅସହ୍ୟ ତାତି ଆଗରେ ହାର ମାନିଲେ ଚାରି ଯାତ୍ରୀ, ଯାତ୍ରା ସମୟରେ ଚାଲିଗଲା ପ୍ରାଣ

0 32

ଝାନ୍ସି: ରାଜ୍ୟ ଓ ରାଜ୍ୟ ବାହାରେ ଗ୍ରୀଷ୍ମର ପ୍ରବାହ ଜୋରରେ ଥିବାର ଦେଖିବାକୁ ମିଳୁଛି | ତେବେ ଏହି ଗରମ ଦେଶର ଅନେକ ସ୍ଥାନରେ ଅନୁବବ ହେବା ସହ ଚାରିଆଡେ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଯାଉଥିବାର ଦେକିବାକୁ ମିଳୁଛି । ଭୀଷଣ ଗରମ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ସାଧାରଣତଃ ଟ୍ରେନ୍‌ର ଜେନେରାଲ ଓ ସ୍ଲିପର କୋଚରେ ଗରମ ହେତୁ ଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥାଏ । ଏହି ଅସହ୍ୟ ଗରମ ହେତୁ ସୋମବାର ଆଗ୍ରା ଓ ଝାନ୍‌ସି ମଧ୍ୟରେ କେରଳ ଏକ୍ସପ୍ରେସ୍‌ର ସ୍ଲିପର କୋଚରେ ଯାତ୍ରା କରୁଥିବା ଚାରିଜଣ ଯାତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଥିବାର ସୂଚନା ମିଳିଛି । ଏହି ଯାତ୍ରୀ ଆଗ୍ରାରୁ କୋଏମ୍ବାଟୁର ଯାଉଥିଲେ ।
ସୂଚନାଯୋଗ୍ୟ, ୧୦ଦିନ ପୂର୍ବରୁ ୬୮ଜଣ ଯାତ୍ରୀଙ୍କ ଏକ ଦଳ ତାମିଲନାଡୁରୁ ବାରାଣାସୀ ଓ ଆଗ୍ରା ବୁଲିବାକୁ ଆସିଥିଲେ । ବାରାଣାସୀ ବୁଲିବା ପରେ ଶନିବାର ଆଗ୍ରାରେ ପହଞ୍ଚିଥିଲେ । ଏଠାରେ ବୁଲିବା ପରେ ସୋମବାର ଦ୍ୱିପହରରେ ପାଖାପାଖି ଅଢ଼େଇଟା ସମୟରେ ସମସ୍ତ ଯାତ୍ରୀ ଆଗ୍ରା କ୍ୟାଣ୍ଟରୁ କୋଏମ୍ବାଟୁର ଯିବା ପାଇଁ କେରଳ ଏକ୍ସପ୍ରେସ୍‌ ଯାଉଥିଲେ |
ଅଭିଯୋଗ ଆସିଛି କି ଆଗ୍ରାରୁ ଝାନ୍‌ସି ମଧ୍ୟରେ ସିଗନାଲ ନହେବା କାରଣରୁ ଟ୍ରେନ୍‌ ପ୍ରଚଣ୍ଡ ଖରାରେ ଅଟକି ରହିଥିଲା । ଏହି ସମୟରେ କୋଚରେ ଥିବା ଯାତ୍ରୀ ଗରମରେ ହନ୍ତସନ୍ତ ହେବାକୁ ଲାଗିଥିଲେ । ଏଥିରେ ପାଞ୍ଚଜଣ ଯାତ୍ରୀଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ଟ୍ରେନ୍‌ ମଝି ରାସ୍ତାରେ ଥିବା ହେତୁ ସେମାନଙ୍କୁ ଚିକିତ୍ସା ବି ମିଳି ପାରିଲା ନାହିଁ । ଫଳରେ ଚାରିଜଣ ଯାତ୍ରୀଙ୍କ ଟ୍ରେନ୍‌ରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା ।

 

Leave A Reply

Your email address will not be published.