OnaKhabar

ବିଦ୍ୟୁତ ସଂଯୋଗକୁ ନେଇ ବାପ-ପୁଅଙ୍କୁ ଛୁରାମାଡ

53

ବ୍ରହ୍ମପୁର: ଗଲା କିଛି ମାସ ହେବ ରାଜ୍ୟରେ ଦିନକୁ ଦିନ ହିଂସା ଓ ଆକ୍ରମଣ ଘଟଣା ପ୍ରବଶ ମାତ୍ରାରେ ଦେଖିବାକୁ ମିଳୁଛି | ତେବେ ଆଜି ମଧ୍ୟ ସେରହିପରି ଏକ ଘଟଣା ସାମନାକୁ ଆସିଛି | କେହି ଦୃର୍ବୁତ୍ତ ବାପ ଓ ପୁଅଙ୍କୁ ଛୁରାରେ ମରଣାତ୍ମକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏପରି ଅମାନୁଷିକ ଘଟଣା ଗଞ୍ଜାମ ଜିଲ୍ଲା ଗୋକର୍ଣପୁର ପଞ୍ଚାୟତ ବି.ଦକ୍ଷିଣପୁର ଗାଁରେ ଘଟିଛି | ଆହତଦ୍ୱୟ ହେଲେ ବାପା ଡି.ଯୋଗେନ୍ଦ୍ର ରେଡି, ତାଙ୍କ ପୁଅ ଡି. ରାଜେଶ ରେଡି । ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଥିଲା । ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାନୁଯାୟୀ, ଦଶ ଦିନ ତଳେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗାଁରେ କିଛି ଲୋକଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା । ତେବେ ଆଜି ସକାଳେ ବାପା ଓ ପୁଅ ଛାତ ଉପରେ ବସିଥିବା ବେଳେ ଗାଁର ଜଣେ ମହିଳା ଓ ପୁରୁଷ ଅତର୍କିତ ଆକ୍ରମଣ କରିଥିଲେ । ଦିଗପହଣ୍ଡି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।

https://www.onakhabar.com/2019/06/sambalpur-murder-case/