OnaKhabar

କାଠୁଆ ଗଣଦୁଷ୍କର୍ମ ମାମଲା: ୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ୍‌

0 32

ନୂଆଦିଲ୍ଲୀ: ସାରା ଦେଶକୁ ଶେଷରେ ମିଳିଲା ଆଶ୍ୱସ୍ଥାି | କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ପଠାଣକୋଟ ଜିଲ୍ଲା ଦୌରାଜଜ୍‌ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଆଉ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଥିବାର ସୂଚନା ମିଳିଛି |ଏନେଇ ସାରା ଦେଶ ଖୁସିଥିବାର ଦେଖିବାକୁ ମିଳୁଛି |
ସୂଚନାନୁଯାୟୀ, ଜାମ୍ମୁ କଶ୍ମୀରର କଠୁଆରେ ବଞ୍ଜାରା ସଂପ୍ରଦାୟର ଜଣେ ୮ ବର୍ଷୀୟ ଶିଶୁ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ଆସିଛି । ପଠାନକୋଟର ଅଦାଲତ ଆଜି ରାୟ ଶୁଣାଇ ସମସ୍ତ ସାତ ଅଭିଯୁକ୍ତଙ୍କ ଭିତରୁ ଛଅଜଣଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଏଥିରେ ମୁଖ୍ୟ ଅଭିଯୁକ୍ତ ସଂଜିରାମ, ପୁଲିସ୍ ଅଧିକାରୀ ଦୀପକ ଖଜୁରିଆ, ସୁରେନ୍ଦ୍ର କୁମାର, ତିଲକ ରାଜ, ଆନନ୍ଦ ଦତ୍ତା ଏବଂ ପରବେଶ ଦୋଷୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ସଂଜିରାମର ପୁଅକୁ ଦୋଷମୁକ୍ତ କରାଯାଇଛି | ଏହି ମାମଲାର ଶୁଣାଣି ବନ୍ଦ କୋଠରୀରେ ଜୁନ ୩ରେ ଶେଷ ହୋଇଥିଲା । ମାତ୍ର ଫଇସଲାକୁ ଅପେକ୍ଷା କରାଯାଇଥିଲା । ଶୁଣାଣି ବେଳେ ଜିଲ୍ଲା ଦୌରାଜଜ ତେଜିନ୍ଦର ସିଂହ ଘୋଷଣା କରିଥିଲେ ଯେ, ଜୁନ ୧୦ରେ ଫଇସଲା ଶୁଣାଯାଇପାରେ । ୧୫ ପୃଷ୍ଠା ସମ୍ବଳିତ ଅଭିଯୋଗ ଫର୍ଦ୍ଦ ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ ୮ ବର୍ଷୀୟ ଶିଶୁଙ୍କୁ ଅପହରଣ କରାଯାଇଥିଲା । ନାବାଳିକାକୁ ଏକ ମନ୍ଦିର ନିକଟକୁ ନିଆଯାଇ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଥିଲା । ତାକୁ ୪ ଦିନ ଯାଏ ଅଚେତ ଅବସ୍ଥାରେ ରଖାଯିବା ପରେ ହତ୍ୟା କରାଯାଇଥିଲା ।

https://www.onakhabar.com/2019/06/kathua-gangrape-case/

 

Leave A Reply

Your email address will not be published.