OnaKhabar

ଦକ୍ଷିଣରେ ମୌସୁମୀ ସକ୍ରିୟ : ପୁଣି ଓଡିଶାରେ ପ୍ରଚଣ୍ଡ ତାତି

40

ଭୁବନେଶ୍ୱର : ଦକ୍ଷିଣ ଭାରତରେ ମୌସୁମୀ ଏବେ ସକ୍ରିୟ ରହିଛି । ମୌସୁମୀ କେରଳରେ ପ୍ରବେଶ କରିସାରିଛି । ଆସନ୍ତା ୭ଦିନ ମଧ୍ୟରେ ମୌସୁମୀ ଓଡିଶାରେ ପ୍ରବେଶ କରିବାର ସମ୍ଭାବନା କ୍ଷୀଣ । ଦକ୍ଷିଣ ଭାରତ ସମେତ ଆରବ ସାଗର ଉପକୂଳ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଥିବାରୁ ଲାକ୍ଷାଦ୍ଵୀପ, କେରଳ, କର୍ଣ୍ଣାଟକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ମଧ୍ୟ ମୌସୁମୀ ସକ୍ରିୟ ରହିଛି । ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ତ୍ରିପୁରାରେ ଅତି ପ୍ରବଳ ବର୍ଷା ହୋଇପାରେ ।
୧୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ମନ୍ଥର ଗତିରେ ଆଗକୁ ବଢିବା । ତେଣୁ ଓଡିଶାରେ ଶୀଘ୍ର ପ୍ରବେଶ କରିବାର ସମ୍ଭାବନା ନାହିଁ । ଉତ୍ତର ପଶ୍ଚିମ ଭାରତରେ ଏବେ ମଧ୍ୟ ତାତି ଲାଗିରହିଛି । ଓଡିଶାରେ ୧୪ ତାରିଖ ଯାଏଁ ପ୍ରଚଣ୍ଡ ତାତି ଅନୁଭୂତ ହେବ । ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଡେଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଭାଗ।

https://www.onakhabar.com/2019/06/kalabaiskhi-rain-in-13-districts/