OnaKhabar

ଟଏଲେଟରୁ ଉଦ୍ଧାର ହେଲେ ନବଜାତ ଶିଶୁର ମୃତଦେହ

0 18

ଜଗତସିଂହପୁର: ଆଜି ସକାଳେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଉଦ୍ଧାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ନିକଟସ୍ଥ ମହିଳା ଟଏଲେଟ୍‌ରୁ ହୋଇଛି | ଜଣେ ରୋଗୀଙ୍କ ସମ୍ପର୍କୀୟ ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ପାଇଖାନାରେ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଡାକ୍ତରଖାନାରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଏହା ପରେ ସୁଇପର୍‌ଙ୍କ ସହାୟତାରେ ଶିଶୁର ମୃତଦେହକୁ ପାଇଖାନାରୁ ବାହାର କରାଯାଇଥିଲା । ଏ ଘଟଣା ନେଇ ସିଡିଏମ୍‌ଓ ଅଜୟ କୁମାର ବଇଠା ଘଟଣାର ଖୋଳତାଡ଼ କରିଛନ୍ତି । ଡାକ୍ତରଖାନାର ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ସେ ପଚରାଉଚରା କରିଛନ୍ତି ।
ସେ କହିଛନ୍ତି,“ମୃତଦେହର ବ୍ୟବଚ୍ଛେଦ କରାଯିବ। କିଏ, କେଉଁ ପରିସ୍ଥିତିରେ ଶିଶୁର ମୃତଦେହ ପାଇଖାନା ଭିତରେ ପକାଇଲା, ତାହାର ତଦନ୍ତ କରାଯିବ । ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

https://www.onakhabar.com/2019/06/man-attacked-with-knife/

Leave A Reply

Your email address will not be published.