OnaKhabar

ସଲମାନଙ୍କ ଫିଲ୍ମ “ଭାରତ”, ୪ଦିନରେ ଆୟ ୧୨୦କୋଟି

0 23

ନୂଆଦିଲ୍ଲୀ : ଇଦ ଅବସରରେ ରିଲିଜ ହୋଇଥିବା ବଲିଉଡ଼ ଭାଇଜାନ ସଲମାନ ଖାନଙ୍କ ଫିଲ୍ମ “ଭାରତ” ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି । ଏହି ଫିଲ୍ମ ୪ଦିନରେ ଆୟ ୧୨୦କୋଟି ରୋଜକାର କଲାଣି | ବର୍ତ୍ତମାନ ୧୦୦କୋଟି ଆୟ କ୍ଲବରେ ପାଦ ଥାପିଛି । ଅଲ୍ଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ “ଭାରତ”ରେ ସଲମାନଙ୍କ ସହ ଦିଶା ପାଟନୀ ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି ।
ଭାରତ ରିଲିଜ ହୋଇ ଆଜି ପଂଚମ ଦିନରେ ପହଂଚିଛି । ଏହି ଚାରି ଦିନର ଆୟରେ ସଲମାନ ଖାନଙ୍କ ଫିଲ୍ମ ଭାରତ ବଲିଉଡ଼ ବକ୍ସ ଅଫିସରେ ୧୦୦କୋଟି କ୍ଲବର ପାଦ ରଖିଛି । ଏହି ସିନେମା ପ୍ରଥମ ଦିନରେ ୪୨.୩୦କୋଟି ଆୟମ କରି ଧମାକାଦାର ଓପନିଙ୍ଗ କରିଥିଲା । ସିନେମା ହଲ ଗୁଡ଼କରେ ଏହି ଫିଲ୍ମ ଦେଖିବାକୁ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି । ପୂର୍ବରୁ ସଲମାନ ଖାନଙ୍କ ଫିଲ୍ମ “ପ୍ରେମ ରତନ ଧନ ପାୟୋ” ମଧ୍ୟ ଭଲ ପଦର୍ଶନ କରି ପ୍ରଥମ ଦିନରେ ୪୦କୋଟି ଆୟ କରି କେର୍ଡ଼ କରିଥିଲା । ଯାହା ବର୍ତ୍ତମାନ ଫିଲ୍ମ “ଭାରତ” ଭାଙ୍ଗି ନିଜେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଭାରତ ଦ୍ୱିତୀୟ ଦିନରେ ୩୧କୋଟି , ତୃତୀୟ ଦିନରେ ୨୨.୨୦କୋଟି ଆୟ କରିଛି । ଏବଂ ଚତୁର୍ଥ ଦିନରେ ପ୍ରାୟ ୩୫ କୋଟି ଆୟ କରି ଫିଲ୍ମ “ଭାରତ” ବଲିଉଡ଼ ବକ୍ସ ଅଫିସରେ ୧୦୦କୋଟି କ୍ଲବରେ ଏଣ୍ଟ୍ରିି କରିଛି । ଏହି ଚାରି ଦିନରେ ପ୍ରାୟ ୧୩୦ କୋଟି ଆୟ କାରି ଭାରତ ଆଜି ପଂଚମ ଦିନରେ ପହଂଚିଛି ।

Leave A Reply

Your email address will not be published.