OnaKhabar

ହାତୀଙ୍କ ପରେ ମାତିଲେ କୁକୁର, ନାବାଳିକାକୁ ଆକ୍ରମଣ କରି କଲେ ଗୁରୁତର

0 21

ଧର୍ମଗଡ଼: କିଛି ଦିନ ହେଲା ରାଜ୍ୟରେ ହାତୀ ମାତିଥିବା ବେଳେ ଏବେ କୁକୁର ମାତିଥିବାର ଦେଖିବାକୁ ମିଳିଛନ୍ତି | ଏହି ପରିପେକ୍ଷରେ ଆଜି ପୁଣି ଏକ ସେହିପରି ଏକ ଘଟଣା ସାମନାକୁ ଆସିଛି | କିଛି କୁକୁର ପଲ ମିଶି ଜଣେ ନାବାଳିକାକ ଆକ୍ରମଣ କରି ଗୁରୁତର କରିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ୍ ଖଇରପଦରରେ ଗାଁରେ ହୋଇଛି | ଗୁରୁତର ନାବାଳିକାକୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆଜି ସକାଳେ ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ୧୦ରୁ ଅଧିକ ବୁଲା କୁକୁର ନାବାଳିକାଙ୍କୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ଏହା ଦେଖି ଦୌଡ଼ି ଆସି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତେବେ ଗତ ୧ ତାରିଖରେ ଜିଲ୍ଲାର କାଞ୍ଜିବାହାଲ ଗାଁରେ କୁକୁର ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଥିଲେ । ସେହିପରି ୨ମାସ ତଳେ ବୁଲା କୁକୁର ଆକ୍ରମଣରେ ଜଣେ ୯ବର୍ଷର ନାବାଳିକା ମଧ୍ୟ ପ୍ରାଣ ହରାଇଥିଲେ । ତେବେ ଏପରି କୁକୁରଙ୍କ ଉତ୍ତାପ୍ତ ହେଉଥିବା ବେଳେ କିନ୍ତୁ ପ୍ରଶାସନ କାହିଁକି କୌଣସି ପଦକ୍ଷେପ ନେଉ ନାହାନ୍ତି ତାହାକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି |

https://www.onakhabar.com/2019/06/mother-and-son-died-for-snake-bite/

 

Leave A Reply

Your email address will not be published.